ନାରୀଗୌରବ ଅହଲ୍ୟା ବାଈ
ନାରୀଗୌରବ ଅହଲ୍ୟା ବାଈ
ନାରୀଗୌରବ ଅହଲ୍ୟା ବାଈ
==============
ଧନ୍ୟ ଧନ୍ୟ ଧନ୍ୟ
ତୁମେ ମହାରାଣୀ l
ଭାରତର ତୁମେ
ଗୌରବ କାହାଣୀ ll
ହୋଲକାର ତୁମେ
ହେ ରାଣୀ ଅହଲ୍ୟା l
ଅଜ୍ଞାନ ତମସା
ଦେଶେ
ଘୋଟି ଥିଲା ll
ଦୂର କରିବାକୁ
ଅନ୍ଧାର ଅଜ୍ଞାନ l
ବସାଇଲ କେତେ
ଶିକ୍ଷା ଅନୁଷ୍ଠାନ ll
ଜନହିତେ ମତି ଦେଇ
ଆହେ ରାଣୀ l
ଖୋଳାଇଲ କେତେ
କୂପ ପୁଷ୍କରିଣୀ ll
ଏକ କାଳେ
ଉତ୍କଳକୁ
ଆସି ଥିଲ l
ମୂକ ସାକ୍ଷୀ ତାର
ଆମ ରାଣୀତାଲ ll
ରାଣୀ କି ତଲାବ
ଆଜି ମଧ୍ୟ ରାଜେ l
ମତି ସଦା ଥିଲା
ଜନ ହିତ କାର୍ଯ୍ୟେ ll
ଆର୍ଯ୍ୟ ନାରୀ ତୁମେ
ସତ୍ୟ ସନାତାନୀ l
କାର୍ଯ୍ୟ କରିଗଲ
ସତ୍ୟ ପୁଣ୍ୟ ଜାଣି ll
ରଖିଗଲ କେତେ
କିରତୀ ଅକ୍ଷୟ l
ଉଦ୍ଧାରିଲ କେତେ
ଦେବ ଦେବାଳୟ ll
କାଶୀ ବିଶ୍ଵନାଥ
ପ୍ରଭୁ ସୋମନାଥ l
ବସାଇଲ ନଦୀ ଘାଟ
ପୁଣ୍ୟ ତୀର୍ଥ ll
ସଂସ୍କୃତି ଉଦ୍ଧାର
ପାଇଁ ମହିୟସୀ l
ଏକାକାର କରି ଥିଲ
ଦିବା ନିଶି ll
ସୁନ୍ଦର ଈନ୍ଦୋର
ଅହଲ୍ୟା ନଗରୀ l
ଭାରତରେ ଶୋଭେ
ଯଥା ଇନ୍ଦ୍ରପୁରୀ ll
ଆହେ ରାଣୀ ତୁମ୍ଭେ
ନାରୀ ଗୋଉରବ l
କୀର୍ତ୍ତି ଚିର ତୁମ୍ଭ
ଅମ୍ଳାନ ରହିବ ll
ଧନ୍ୟ ରାଣୀ ତୁମ
ଦେଶ ସେବା ବ୍ରତ l
ଯୁଗ ଯୁଗ ପାଇଁ
ଗାଇବ ଭାରତ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧
