Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ନାରୀ

ନାରୀ

1 min
204



ନିସର୍ତ୍ତରେ ଦେଇଯିବା 

ନିଶବ୍ଦରେ ସହିଯିବା 

ଯାହାର ଧର୍ମ 

ସେ ନାରୀଟିଏ ।


ଶ୍ୱାସରୁଦ୍ଧ ନିଜେ ହୋଇ 

ପୂଜାଫୁଲ ଅନ୍ୟ ପାଇଁ 

ଯାହାର ସ୍ବପ୍ନ 

ସେ ନାରୀଟିଏ ।


ତ୍ୟାଗରେ ତା ପୂଣ୍ୟ 

ଅଘଟଣ ତା ଭାଗ୍ୟ 

ଯାହାର ଜୀବନୀ 

ସେ ନାରୀଟିଏ ।


ପୁଜାରିଣୀ ଦୁଇକୂଳ ହିତା 

ପ୍ରେମର ଚିରଶ୍ରୋତା ଲାସ୍ୟା 

ଯିଏ ସବୁବେଳେ 

ସେ ନାରୀଟିଏ ।


ଅନ୍ୟର ପାପ ପଣତେ ଲୁଚାଇ 

କା ସୁଖ ପାଇଁ ଦଗ୍ଧ ହୋଇ 

ଜଳେ ଓ ଜାଳେ ଯିଏ 

ସେ ନାରୀଟିଏ ।


ମର୍ଯ୍ୟାଦା ରେ ସଦା ପ୍ରାଣବନ୍ତ 

ପରିବାର ରଖେ ସୁରକ୍ଷିତ 

ମନେ ଆତଙ୍କିତ 

ସେ ନାରୀଟିଏ ।


କେବେ ଯୌତୁକର ଜୁଇ 

କେବେ ଗଣଦୁଷ୍କର୍ମ ପାଇଁ 

ହୁଏ ନିର୍ଯ୍ୟାତିତ 

ସିଏ ନାରୀଟିଏ ।


ବଞ୍ଚାଇ ରଖିବାକୁ କୁଣ୍ଠା ଆଜି 

ଦକ୍ଷତାରେ ଯେତେ ଥାଉ ସାଜି 

ସଂସାରମୁଦ୍ରାର ଗୋଟିଏପାର୍ଶ୍ୱ 

ସିଏ ନାରୀଟିଏ ।


ଯା ବିନା ସ୍ୱୟଂସମ୍ପୂର୍ଣ୍ଣ ହେବା 

ମଧୁମୟମୋହାଚ୍ଛନ୍ନ ସଂସାରବାହିବା 

ଏକଦମ ଅସମ୍ଭବ 

ସେ ନାରୀଟିଏ l


Rate this content
Log in

Similar oriya poem from Classics