Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Inspirational

3  

Chinmaya Nayak

Inspirational

ନାରୀ

ନାରୀ

1 min
207


   ନାରୀ ଜନମ ନୁହଁଇ ସରଳ 

    କୁଟିଳ ସମାଜ ସହ  

  ଜନମରୁ ମୃତ୍ୟୁ ସହଇ ସେ ସବୁ 

   ମନେ ଚାପି ସବୁ କୋହ ll


  ସେହି ଅଟେ ଜନନୀ ଜାୟା ବଧୂ 

    ସର୍ବସଂହା ଅନ୍ନପୂର୍ଣ୍ଣା  

  ସମାଜ ଗଠନେ ତାର ଯୋଗଦାନ 

    ସର୍ବାଗ୍ରେ ସେ ଅନନ୍ୟା ll 


  ସମାଜ ଆଖିରେ ହୁଏ ସିଏ ବୋଝ

    ବଡ ହୁଏ କଷ୍ଟ ପାଇ  

   ନିନ୍ଦା ଅପବାଦ ସବୁ ସହିଯାଏ 

    ସଭିଁଙ୍କୁ ଆଦରି ନେଇ ll 


  ସେହି ବୀରପ୍ରସବିନୀ ମଧୁର ହାସିନୀ 

    ସେହି ପରା ଆମ ଭଗ୍ନୀ  

  କେତେବେଳେ ସିଏ ଦୂର୍ଗାରୂପ ନିଏ 

    ଆଉ କେତେବେଳେ ଅଗ୍ନି ll 


   ବଦଳି ଯାଇଛି ନାରୀର ଭୂମିକା 

     ଆର୍ଥିକ ସାମାଜିକତା  

   ହେଲେ ବଦଳିନି ମଣିଷ ମନର

     କୁତ୍ସିତ ହୀନମନ୍ୟତା ll 


  ଯେତେ ଶକ୍ତିଶାଳୀ ନାରୀଟିଏ ହେଉ 

    ହୁଅଇ ସେ ଭୟଭୀତା  

   ସମାଜ ମଧ୍ୟରେ ଏକା ଚାଲିବାରେ 

     ନୁହେଁ ସେ ସୁରକ୍ଷିତା ll 


   ରାତି ଅଧେ ଯଦି ଘରୁ ସେ ବାହାରେ 

     ଧର୍ଷଣ ହୋଇବ ଯାଇ  

   ସେ ଯଦି ଭଲରେ ବଞ୍ଚି ନ ପାରିବ 

     ଲଜ୍ଜା ଏ ସମାଜ ପାଇଁ ll 


   ଯେଉଁ ନାରୀ ପାଇଁ ଦୁନିଆ ଦେଖିଛ 

    ତା' ସୁରକ୍ଷା ଭୁଲ ନାହିଁ  

   ଯଦି ସେ ନାରୀକୁ ସୁରକ୍ଷା ନ ଦେଲ 

    ହେବ ତୁମେ ଧର୍ମ ଦ୍ରୋହୀ ll 



Rate this content
Log in

Similar oriya poem from Inspirational