ନାରୀ
ନାରୀ


ପରସ୍ତ ପରସ୍ତ ନୀରବତା ଭିତରେ ତୁମେ
ସୃଜନର ପହିଲି ସଂଳାପ
ନୀରବିତ ମୁଖଶାଳାର ନିସ୍ତେଜ କାନ୍ଥରେ
ଅଗଣିତ ଭାଷାର ଆଳାପ ।
ଯୁଗେ ଯୁଗେ ତୁମେ ହିଁ ଆଦର୍ଶର ଆଦିମାତା
ସାମର୍ଥ୍ୟର କୋଟି ସମ୍ଭାବନା
ସୁଖ ସରାଗର କୋମଳତାରେ ଶହେ ସ୍ବପ୍ନ
କିଛି କରିବାର ଆଶ୍ଵାସନା ।
ବାତ୍ସଲ୍ୟ ମମତାର ଶାନ୍ତ ସପ୍ତସିନ୍ଧୁ ତୁମେ
ସରାଗର ସ୍ଥିର ସାଗରିକା
ଶାରଦୀୟ ଋତୁରେ ମହାମାୟା ଶକ୍ତିମୟୀ
ସଂସାରର ସାଜ ସଂଯୋଜିକା ।
ପୃଥିବୀ କୋଳେ ନିତି ବିରାଜିତ ହୁଅ ତୁମେ
ଯେବେ ବଢେ ଅନ୍ୟାୟ ଅନୀତି
କର୍ତ୍ତବ୍ୟର କର୍ମଯୋଗିନୀ, ସାଜି କାର୍ତ୍ତାୟିନୀ
ରୋକିବାକୁ ଅଧର୍ମ ରାଜୁତି ।।