STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ନାରୀ

ନାରୀ

1 min
260


ଜାଗ୍ରତ ହୁଅ ମହିଳା ସମାଜ ଜାଗ୍ରତ ହୁଅ ନାରୀ,

ଜାଗ୍ରତ ହୁଅ ଜନନୀ ଭଗନୀ ସଂତ୍ରସ୍ତ କରି ଅରୀ |


ଶକ୍ତିର ପ୍ରତୀକ ସୃଷ୍ଟି ରକ୍ଷକ ପୁରୁଷର ତୁମେ ମାଆ,

ଦୁର୍ବଳା ନୁହେଁ ଅବଳା ନୁହେଁ ଧରା ପରି ସର୍ବଂସ୍ଵହା |


ଶକ୍ତିମୟୀ ଯେ ଚାହାଣୀରେ ତା'ର ଅଗ୍ନି ସ୍ପୁଲିଙ୍ଗ ଦିଶେ,

ଶାନ୍ତିମୟୀ ଯେ ପ୍ରେମମୟୀ ସେ ତା'ପାଇଁ ପ୍ରକୃତି ହସେ |


ସଂସ୍କୃତି ଆଉ ପରମ୍ପରାକୁ ତୁମେ ହିଁ ସମ୍ଭାଳି ଧର,

ନିଜେ ଜଳିଜଳି ପରିବାରକୁ ସବୁ ସୁଖ ଦାନକର |


ତୁମେ ଦୟାମୟୀ ସମାଜର ପାଇଁ ଶକ୍ତିର ଗନ୍ତାଘର,

କ୍ଷମାମୟୀ ପୁଣି ସନ୍ତାନର ପାଇଁ ମମତାର ମଧୁଝର |


ସଶକ୍ତିକରଣ ଲୋଡ଼ାନାହିଁ ତୁମେ ନିଜେ ହିଁ ନିଜକୁ ଚିହ୍ନ,

ଅରମା ଅଳିଆ ଭରା ସାମାଜର ଅଭାବକୁ କରପୂର୍ଣ୍ଣ |



Rate this content
Log in

Similar oriya poem from Classics