Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Inspirational

2.5  

Prafulla Chandra Mishra

Inspirational

ନାରୀ

ନାରୀ

1 min
217



• ନାରୀ ( ମହିଳା ଦିବସ ଉପଲକ୍ଷେ )

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ନାରୀ ସ୍ନେହମୟୀ ନାରୀ ପ୍ରେମମୟୀ ଅତୁଳନୀୟ ତା ପ୍ରେମ

• ସଚରାଚର ,ଅମରପୁର ,ଭୂତଳ ପ୍ରତି ଛତ୍ରେ ବିଦ୍ୟମାନ ।

• ସର୍ବଂସହା ନାରୀ ମାତା,ଜାୟା,ଭଗ୍ନୀ ଗୃହିଣୀ ଜୀବନେ ତାର

• କେତେ ଦୁର୍ବିସହ ସେହି ସିନା ଜାଣେ ଗଢି ତୋଳଇ ସଂସାର ।।

• ନାରୀ ବିନା ପ୍ରେମ ତରୀ କି ଚାଲଇ ସଂସାର ହିଁ ଅସମ୍ଭବ

• ଶକ୍ତି ବିନା ଶିବ ଅପୂଜ୍ୟ ଉପଳ ଶକ୍ତି ବିନା ଶିବ ଶବ ।

• ରାଧା ବିନା କୃଷ୍ଣ ଅଧା ବୋଲି ବଂଶୀ ଡାକୁଥାଏ ରାଧା ରାଧା

• ଅଗ୍ରେ ଲକ୍ଷ୍ମୀ ପରେ ନାରାୟଣ ଭଜ ପରଂବ୍ରହ୍ମ ନାମ ସୁଧା ।।

• ନାରୀ ମହାଶକ୍ତି ସୁଧାମୟ ସଂଜୀବନୀ ମହୈ।ଷଧି ନାରୀ

• ତା ବିନା ଉତ୍ପତ୍ତି ନୁହଇ ସମ୍ଭବ ସେ ସୃଷ୍ଟି ସମ୍ଭାବନା କାରି ।

• ଦୁଃଖ ସୁଖ ତାର ଚିର ସହଚର ଛାତିକୁ ପଥର କରେ

• ଆଲୋକର ଶିଖା ଦେଖାଏ ବିସ୍ତୃତ ଗହନ ଅନ୍ଧାର କାଳେ ।।

• ସେ କାହାର ଅରି ନୁହେଁ ବୋଲି ନାରୀ ଯାତନା ତାଡନା ଦୁଃଖ

• ସହି ,ସେ ନିର୍ବାକ ପାଲଟେ ଜୀବନେ, ସପନ ତା ପାଇଁ ସୁଖ ।

• ନାରୀ ପ୍ରଳୟାଗ୍ନି ନାରୀ ବିଧ୍ଵଂସିନୀ ନାରୀ ଲୁହ ଦାବାନଳ

• ନାରୀ କ୍ରୋଧେ ଭଷ୍ମ ହୁଅଇ ଜଗତ ସେ ମହା ଭୈରବୀ କାଳ ।।

• ନାରୀ ମହାଶକ୍ତି ମହିଷା ଦୁର୍ଦ୍ଦାନ୍ତ ରାକ୍ଷସ କି ଚଣ୍ଡ, ମୁଣ୍ଡ

• ବଦ୍ଧ କରିପାରେ ,ମୋହିନୀ , ଭବାନୀ ରଖିଅଛି ସୁଧା ଭାଣ୍ଡ ।

• ଆଜିର ପବିତ୍ର ଲଗନେ ମୋ ମା ମାତୃଜାତି ର ସମ୍ମାନ

• କରେ, କବି ଫୁଲ ପ୍ରଫୁଲ୍ଲ ସମର୍ପେ ମୋ ସମର୍ପଣ ଘେନ ।।


Rate this content
Log in

Similar oriya poem from Inspirational