Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandan Sahu

Inspirational

4.8  

Chandan Sahu

Inspirational

ନାରୀ

ନାରୀ

1 min
416


ନାରୀଟିଏ ମୁଁ ନାରୀଟିଏ,

ବାପା ଘରେ ଗେହ୍ଲା ଝିଅଟିଏ ।

ନାରୀଟିଏ ମୁଁ ନାରୀଟିଏ,

ଶାଶୁ ଘରେ ମୁଁ ବୋହୁଟିଏ ।


ନାରୀଟିଏ ମୁଁ ନାରୀଟିଏ,

ସ୍ୱାମୀ ପାଇଁ ମୁଁ ସ୍ତ୍ରୀଟିଏ l

ସନ୍ତାନ ପାଇଁ ମୁଁ ମାଆଟିଏ,

ସ୍ନେହମୟୀ ହୋଇ ସ୍ନେହ ଦିଏ ।


ଭାଇ ପାଇଁ ପରା ମୁଁ ସିନା ଭଉଣୀ

ହାତେ ରାକ୍ଷୀ ବାନ୍ଧି ଦିଏ,

ବିପଦ ବେଳରେ ସାହା ହେବ ବୋଲି

ଭରସା ମୁଁ ରଖି ଥାଏ ।


ଅବଳା ନୁହେଁ ମୁଁ ଦୁର୍ବଳା ନୁହେଁ ମୁଁ

ନୁହେଁ ମୁଁ ବିଳାସ ଦ୍ରବ୍ୟଟିଏ,

ସମୟ ଆସିଲେ ଶକ୍ତିସ୍ୱରୂପିଣୀ

ମୁଁ ପରା ଦୁର୍ଗା ରୂପ ନିଏ ।


ଦୁଇଟି କୁଳକୁ ହିତକର ବୋଲି

ନାମ ଅଟେ ମୋ ଦୁହିତା,

ସଂସାର ରୀତିରେ ଚଳି ନପାରିଲେ

ସଭିଁଙ୍କ ପାଇଁ ମୁଁ ପିତା ।


ନିଜେ ଦୁଃଖୀ ରହି ଯାତନା ବି ସହି

ସଭିଙ୍କୁ ମୁଁ ସୁଖ ଦିଏ,

ଅନ୍ୟର ସୁଖରେ ସୁଖୀ ହୋଇ ମୁହିଁ

ନିଜକୁ ହଜେଇ ଦିଏ ।

ନାରୀଟିଏ ମୁଁ ନାରୀଟିଏ ।



Rate this content
Log in

Similar oriya poem from Inspirational