STORYMIRROR

Madhabi Patel

Classics Inspirational

3  

Madhabi Patel

Classics Inspirational

ନାରୀ

ନାରୀ

1 min
246


ଉଠ ଦ୍ରୋପଦୀ ସୀତା ଅହଲ୍ୟା

ନୋହୁତୁ କାହିଁରେ ହିନବଳ।

ଅତ୍ୟାଚାର ଆଉ ତୁ ସହନା

ହାତରେ ଧର ଏବେ ତ୍ରୀଶୂଳ।

ପୁରୁଷ ପ୍ରାଧାନ୍ୟ ସମାଜେ ତୁହି

ଲେଖଏବେ ତୋର ଜୟଗାଥା।

କୋଉ ଗୁଣରେ ଊଣା ନୋହୁ ତୁ

ବିଶ୍ବ ଧାତ୍ରୀ ତୁହି ଆଦିମାତା।

ତୁ ଅନ୍ନପୂର୍ଣା ତୁହି ବରଦା

ତହିୁ ପୁଣି ଦୁର୍ଗା କାଳି ରୂପା।

ଶକ୍ତିସ୍ବରୁପା ତୁ ନାରାୟଣୀ

ରୂପ ଗୁଣରେ ତୁ ଅପରୂପା।

ଜ୍ଞାନ ବିଜ୍ଞାନେ ହୋଇ ଶିକ୍ଷିତା

ଉଡାଇଲୁଣି ତୁ ଯଶବାନା।

ଆକାଶେ ଉଡି ଜଳରେ ବୁଡି

ରାଜନୀତି କ୍ଷେତ୍ରେ ବି ନୀପୁଣା।

କ୍ରୀଡାକ୍ଷେତ୍ରରେ ଉଡାଇ ଧ୍ବଜା

 ହେଇ ପ୍ରଶାସନ ଅଧିକାରି।

ମନ୍ତ୍ରୀ ଯନ୍ତ୍ରୀ ସେବା କ୍ଷେତ୍ରରେ

ସଦା ସହଯୋଗ ଦେଇକରି।

ଅବଳା ଆଉ ଦୁର୍ବଳା ନୋହୁ

 ତେବେ ବଳତ୍କାରିକୁ କିଆଁ ଡର?

ଦୁର୍ଗାଙ୍କ ଶକ୍ତି ତୋ ଦେହେ ଅଛି

ଆପଣା ହସ୍ତେ ତୁ ହତ୍ୟାକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics