ନାରୀ
ନାରୀ
ନାରୀ ନୁହେଁ ସିଏ ସୃଷ୍ଟିର ନାୟିକା
ଜୀବନଟା ରଙ୍ଗାଳୟ
କେତେବେଳେ ଝିଅ ବୋହୁର ଭୂମିକା
ସଂସାର ଟା ନାରୀମୟ ll
ଆବେଗରେ ପୂର୍ଣ୍ଣ ହୃଦୟଟା ତାର
ସରଳ ନିଷ୍କାମ ମନ
ରୂପେ ଅପରୂପା ସତେ ଅପସରା
କର୍ମରେ ରଖେଟି ମନ ll
ଦୁହିତା ନାମକୁ ବହନ କରିକି
ବାପଘରେ କାଟେ ଦିନ
ବାପାଙ୍କର ସେତ ଅତି ଅଳି ଅଳି
ଗେହ୍ଲାରେ ଯାଏ ତା ଦିନ ll
ପାଠ ପଢ଼ା ବେଳେ ସାଙ୍ଗ ସାଥି ମେଳେ
ହର୍ଷ ଉଲ୍ଲାସେ ସେ ରହେ
ପାଠ ପଢ଼ା ପରେ ଘରର କାମକୁ
ଅତି ଆଦରରେ କରେ ll
ଭକ୍ତି ପ୍ରେମ ସ୍ନେହ ମମତା ଡୋରରେ
ସଭିଙ୍କୁ କରେ ନିଜର
ତାହା ଲାଗି ସିନା ଘରଟି ପାଲଟେ
ସତେ ଅବା ସ୍ୱର୍ଗପୁର ll
ବାପ ମାଆ ଭୁଲି ନୂତନ ଘରରେ
ଶାଶୁ ଶଶୁର ସେବେ
ଆଶା ଆଶଙ୍କାରେ ମାନସିକ ତାନେ
ଛାତିକୁ ପଥର କରେ ll
ପିଲା ଛୁଆ କରି ସଂସାର ବଢ଼ାଇ
ସଭିଙ୍କ ସେବାରେ ଲାଗେ
ଶାଶୁ ହୋଇ ପୁଣି ନାତିର ସେବାରେ
ଜୀବନ ବିତେଇ ଦିଏ ll
ନାରୀର ଜୀବନେ ଅନେକ ଯାତନା
ସହିବାକୁ ତାକୁ ପଡେ
ତଥାପି ସମାଜେ ନାରୀକୁ ନେଇକି
ଅଯଥା ଝଗଡା ଘଟେ ll
ନାରୀ ସୃଷ୍ଟି ପୁଣି ନାରୀ ହିଁ ପ୍ରଳୟ
ନାରୀ ଅଟେ ସର୍ବସ୍ୱାହା
ନାରୀ ଅଟେ ଶିକ୍ଷା ବୁଦ୍ଧିର ପ୍ରତୀକ
ନାରୀ ସମାଜ ର ଶାହା ll
ପରିବାର ଭଲ ଚିନ୍ତାରେ ନାରୀଟି
ଓଷା ଉପବାସ ରଖେ
ସଭିଙ୍କ ମଙ୍ଗଳ କାମନା କରିକି
ଇଶ୍ୱରେ ବିଶ୍ୱାସ କରେ ll
ସ୍ୱାମୀ ପରିବାର ସନ୍ତାନ ସେବାରେ
ନିଜକୁ ଉତ୍ସର୍ଗ କରେ
ସମାଜ କଲ୍ୟାଣ ପାଇଁକି ନାରୀଟି
ପର ସେବା ନିଜେ କରେ ll
ଲଜ୍ଜ୍ୟା ଧର୍ମ ସେବା ଗୁଣ ରେ ଭୂଷିତା
ନାରୀ ନୁହେଁ ନାରାୟଣୀ
ସତ୍ୟ ଶାନ୍ତି ପ୍ରେମେ ବାନ୍ଧେ ସେ ଦୁନିଆଁ
ପ୍ରକୃତିର ମହାରାଣୀ ll
