STORYMIRROR

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ନାରୀ

ନାରୀ

1 min
283


ନାରୀ ମନସ୍ବିନୀ ନାରୀ ଯଶସ୍ବନୀ

ନାରୀ ତ ଅଟ‌ଇ ଶାନ୍ତି ପ୍ରଦାୟନୀ

ନାରୀ ମହାଶକ୍ତି ସ୍ବୟଂ ନାରାୟଣୀ

ନାରୀ ପୁଣି ସୁଧାମୟ ସଂଜୀବନୀ।


ନାରୀ ସରସ୍ଵତୀ ବିଦ୍ୟା ପ୍ରଦାୟିନୀ

ନାରୀ ମହାଲକ୍ଷ୍ମୀ ବିଷ୍ଣୁ ପାଟରାଣୀ

ନାରୀ ମାତା ସୀତା ଜନକ ନନ୍ଦିନୀ

ନାରୀ ମହାସତୀ ହରଙ୍କ ଘରଣୀ।


ନାରୀ ସୃଷ୍ଟିକାରିଣୀ ବିଶ୍ବ ମୋହିନୀ

ନାରୀ ଅଟ‌ଇ ରତ୍ନଗର୍ଭା ଅବନୀ

ନାରୀ ଦିବ୍ୟ ଶକ୍ତି ଜଗତ ଜନନୀ

ନାରୀ ସ୍ବୟଂସିଦ୍ଧା କଲ୍ୟାଣ ଦାୟିନୀ।


ନାରୀ ଦୟାମୟୀ ଜନନୀ ଭଗିନୀ

ନାରୀ ଅଟେ ପ୍ରେରଣାର ନିର୍ଝରଣୀ

ନାରୀ ସ୍ରୋତସ୍ବନୀ ପ୍ରୀତି ମନ୍ଦାକିନୀ

ନାରୀ ଦୟା,କ୍ଷମା,ପ୍ରେମ ପୂଜାରିଣୀ।


ନାରୀ ଦୁର୍ଗା ଦେବୀ ଦୁର୍ଗତି ନାଶିନୀ

ନାରୀ ଦଶଭୂଜା ମହିଷା ମର୍ଦିନୀ

ନାରୀ ମହାକାଳୀ ଖର୍ପର ଧାରିଣୀ

ନାରୀ ମଙ୍ଗଳମୟୀ ଦେବୀ ଭବାନୀ।


ନାରୀ ତ ନୁହଁଇ ନିରିହା ଘରଣୀ

ନାରୀ ଯେ ଲକ୍ଷ୍ମୀବାଈ ବୀର ରମଣୀ

ନାରୀ ଯେବେ ସାଜିବ ଧ୍ଵଂସକାରିଣୀ

ତା' କ୍ରୋଧରେ କମ୍ପି ଉଠିବ ଧରଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational