STORYMIRROR

Biswajita Baral

Tragedy Inspirational

3  

Biswajita Baral

Tragedy Inspirational

ନାରୀ

ନାରୀ

1 min
439


ଆଜିର ଦିନରେ 

ମହିଳା ସଶକ୍ତିକରଣ ,

ମା'କୁ ସମ୍ମାନ ଆଉ

ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ,

ଶୁଣିବାକୁ ଭଲ ଲାଗେ 

ନେତାଙ୍କ ଲମ୍ବା ଭାଷଣ ,

ମାତ୍ର ବଢ଼ି ଚାଲେ ନିତି 

ନାରୀ ଅପହରଣ , 

ଧର୍ଷଣ ନଚେତ୍

ଅକାଳରେ ମରଣ ,

ଏ ହେଉଛି ମହିଳା ସଶକ୍ତିକରଣ ।

                                                 

 ମରିନି ରାବଣ କି 

 ସରିନି ସୀତାଙ୍କ ହରଣ ,

 ଏବେ ବି ବିଚ୍ ରାସ୍ତାରେ

 ଚାଲିଛି ବସ୍ତ୍ର ହରଣ ।

 ଘରେ ଘରେ ଜନ୍ମିଲେଣି 

 ଦୁର୍ଯୋଧନ ଆଉ ପାପିଷ୍ଟ ରାବଣ,

 ଏକୁଟିଆ ଯିବାକୁ ଲାଗେ 

 ଏଠି ଭୟ ଯେ ଭୀଷଣ ,

 ଏ ହେଉଛି ମହିଳା ସଶକ୍ତିକରଣ ।


 ଏମିତି ନାରୀ ନିର୍ଯାତନା

ଧର୍ଷଣ ବଳାତ୍କାରକୁ  

 କେତେ ଦିନ ସହିବା ?

 ଆଜି ଅନ୍ୟ ଝିଅବୋହୂଙ୍କ 

 ଉପରେ ହେଉଥିବା 

 ଅନ୍ୟାୟ ଅତ୍ୟାଚାରକୁ  

 କ'ଣ ବରଦାସ୍ତ କରିବା ?


 ଆଗାମୀ ଦିନରେ ଆମ ଉପରେ 

 ଅତ୍ୟାଚାର କରିବାକୁ

ଅପରାଧୀଙ୍କୁ କ'ଣ ସାହସ ଦେବା ?

“ଜାଗ ଯୁବ ସମାଜ ଜାଗ”

‘ନାରୀ' ସୁରକ୍ଷା ପାଇଁ

ଆଉ ଏକ ମହାଭାରତ ସୃଷ୍ଟିକରି

ଅତ୍ୟାଚାରୀ ମାନଙ୍କୁ ଶାସ୍ତି ଦେବାକୁ ଆଗେଇ ଆସ ।

ମାଟିର ମୃଣୟୀ ମୂର୍ତ୍ତିକୁ

ପୂଜା ନ କରି ,

ରକ୍ତ ମାଂସରେ ଗଢ଼ା

ଜୀବନ୍ତ ମାତା ,ଭଗ୍ନୀ ଓ ଜାୟା ରୂପକ ଅବତୀର୍ଣ୍ଣାଙ୍କୁ ସମ୍ମାନ ଦେବା ।

                                                                     


Rate this content
Log in

Similar oriya poem from Tragedy