ନାରୀ
ନାରୀ
ନାରୀ ବିନା ଗୋଟିଏ ଦିନ
ଆମ ଜୀବନ ପରିକଳ୍ପନା ସମ୍ଭବ ନୁହେଁ।
ମା ଟିଏ ଜନ୍ମ ଦେଲେ ଆମେ ଏଇ ଦୁନିଆର ଆଲୋକ ଦେଖୁ।
ତେଣୁ ଏ ସଂସାରରେ ନାରୀର ଭୂମିକା
ଲେଖିବାକୁ କବିର କଳ୍ପନା
ଦୁନିଆର ସବୁ ଶବ୍ଦ କମ ପଡିପାରେ।
ତା ତ୍ୟାଗର କଥା
ସେବା,ସ୍ନେହ ,ମମତାର କଥା
ଗୋଟିଏ ଗ୍ରନ୍ଥରେ ହିଁ ଲେଖିହେବ।
ସେ କେବେ ସୀତା ତ କେବେ ଦୌପଦୀ
କେବେ ଲକ୍ଷ୍ମୀ ତ କେବେ ସରସ୍ୱତୀ
ସଂସାରର ପାପ ନାଶିବାକୁ
ସେଇ ନାରୀ ମହିଷାସୁର ମର୍ଦ୍ଦନୀ
ଦେବୀ ଦୁର୍ଗା ପାଲଟିଯାଏ।
ପ୍ରଭୁ ନାରୀ ପୁରୁଷ
ଏଇ ସମାଜରୁପକ ଶକଟର ଗୋଟିଏ ଗୋଟିଏ
ଚକ
ଦୁହେଁ ସମ ଭାବ ରେ ଚାଲିଲେ
ଏ ସମାଜ ସୁନ୍ଦର ଭାବେ ଚାଲିପାରିବ।
