STORYMIRROR

PUSPALATA SAHOO

Inspirational

4  

PUSPALATA SAHOO

Inspirational

ନାରୀ

ନାରୀ

1 min
322

ସଭ୍ୟ ଦୁନିଆରେ ନାରୀଟିଏ ଆଜି

ସତେକି ଖେଳନା ଟିଏ।।

ପୁରୁଷର ହାତେ କବଳିତ ହୋଇ

ନିଜକୁ ସେ ବଳିଦିଏ।।

ସେନେହ ମମତା ଦେଇ ସେ ପାଳଇ

ଜନମ ଦାତ୍ରୀ ଟେ ପରି।।

ରାଖୀ ବାନ୍ଧି ଦେଇ ଭାଇର ହାତେରେ

ସୁରକ୍ଷା ଲୋଡ଼େ ତାହାରି।।

ନିଜ ଜୀବନ କୁ ତିଳ ତିଳ କରେ

ଅର୍ଦ୍ଧାଙ୍ଗିନୀ ନିଜେ ସାଜେ।।

ସୁଖରେ ଦୁଃଖରେ ସାତ ଜନମରେ

ପ୍ରାଣପ୍ରିୟା ସାଥେ ହଜେ।।

ଦିଏ ନାହିଁ କେହି ମୁଲଟି ତାହାରି

ନ କରେ କିଏ ଆଦର।।

ମାନ ଅପମାନ ଅଭାବ କଷଣ

ସବୁକୁକରେ ନିଜର।।

ଅବଳା ଦୁର୍ବଳା ଆଜି ଏ ସମାଜେ

ଲଂଛନା ଯେତେ ପାଏ।।

ନର ରାକ୍ଷସ ର କବଳରେ ପଡି

ଦୁଷ୍କର୍ମ ଶିକାର ହୁଏ।।

ଦୁନିଆଟା ଆଜି ବଦଳି ଯାଇଛି

ବଦଳିନି ତାର ରୀତି।।

ନାରୀ ଟିଏ ଆଜି ଅସହାୟ ସତେ

ମନରେ ଭରିଛି ଭୀତି।।

ପୁରୁଷ ସାଥିରେ ତାଳ ଦେଇ ସିଏ

ଟେକିଛି ତାହାରି ମଥା।।

ଆକାଶେ ଉଡୁଛି ସାଗରେ ବୁଡୁଛି

କହୁଛି ବିଜ୍ଞାନକଥା।।

ସ୍ୱାଧୀନ ଭାରତେ ପରାଧୀନ ସାଜି

ବଞ୍ଚିଛି ଏ ଦୁନିଆରେ।।

ନ ପାଏ ଉତ୍ତର ଅସିମିତ ପ୍ରଶ୍ନ

ମନେ ତାର ଉଙ୍କି ମାରେ।।

କିଏ ବା କହିବ ଉତ୍ତରତାହାର

କିଏ ଦେବ ତାର ମୂଲ।।

ପରକୁ ଆପଣା କରିଥାଏ ନାରୀ

କିଏ ହୋଇବ ତା ତୁଲ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational