STORYMIRROR

Parbati Pradhan

Inspirational

3  

Parbati Pradhan

Inspirational

ନାରୀ

ନାରୀ

1 min
249

ସୃଷ୍ଟି ଯା'ର ଗର୍ଭେ ହୋଇଛି

  ତିଆରି ସେ... ନାରୀ 

ହୃଦେ ଯା'ର ବହିଛି ଅମୃତର

  ବାରି ସେ... ନାରୀ

ସମାଜର କଳଙ୍କକୁ ଯେ ଦେହେ

  ଦେଇଛି ବୋଳି ସେ... ନାରୀ

ମନର କଥାକୁ ମନେ ଯେ ଦେଇଛି

  ମାରି ସେ... ନାରୀ

ସହନଶୀଳର ସୁଶୀଳ ବାର୍ତ୍ତା

 ଦେଇଥାଏ ଯିଏ କହି

   ସେ... ନାରୀ

ପ୍ରେମ ଓ ଏକାଗ୍ରତା ହୃଦେ ଯା'ର

   ରହିଛି ଭରି ସେ... ନାରୀ

ଆଖି ଲୁହ ଓଠେ ଯେ ଦେଇଛି

   ମାରି ସେ... ନାରୀ

ଅକୁହା ଓଠରେ କଥା ଯେ

  ଦେଇଛି ଭରି ସେ... ନାରୀ

ଅନ୍ଧାର ରାତିର ଦୀପଶିଖା ଟେ

   ପରି ସେ... ନାରୀ

ସଫଳ ପୁରୁଷ ପଛର ଯେ

  ନିରବ କାହାଣୀ ସେ... ନାରୀ

ଅନ୍ୟର ଦୁଃଖକୁ ଯେ ନିଏ

   ଆଦରି ସେ... ନାରୀ

ହୃଦ ଯାର କରୁଣା ସିନ୍ଧୁ

 ମାପି ହୁଏ ନାହିଁ ଯା'ର ଧୈର୍ଯ୍ୟର ବିନ୍ଦୁ

ବlତ୍ସଲ୍ୟ ମମତା ପ୍ରେମେ ସେ ମାତୃମୟୀ

ଯା'ର ପଦସ୍ପର୍ଶେ ଗୃହେ ବିରାଜନ୍ତି

 ସ୍ୱୟଂ ମା' ଲକ୍ଷ୍ମୀ...

କେବେ ସେ ସାଜିଛି ଅନ୍ୟାୟ ଓ ଦୁର୍ନୀତିର ନାଶିନୀ

ସ୍ୱୟଂ ମାଆ ଦୁର୍ଗେ ଦୁର୍ଗତି ନାଶିନୀ ଯେ

   ସେ... ନାରୀ

   ନାରୀ ଯେ ସଂସାରେ ସାର

   ନାରୀ ବିନା ସବୁ ଛାରଖାର ll



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational