STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ନାରୀ ଯେବେ ଦେବୀ ହୁଏ

ନାରୀ ଯେବେ ଦେବୀ ହୁଏ

1 min
184

ଦେବୀଟିଏ ସବୁ ସହିପାରେ

କେବଳ ନାରୀ ପରିଚୟ ନେଇ ଧନ୍ୟ ହୁଏ

ଭାବିନିଏ ସଂସାର ଆପଣାର

ସମସ୍ତଙ୍କୁ ସମ୍ଭାଳିବା ପାଇଁ ପଡ଼ିବ

ହସି ହସି ସବୁ କୋହ ନିଜ ଭିତରେ ଲୁଚିଯାଏ


ଦେବୀଟିଏ ଖୁବ୍ ଯତ୍ନରେ

କନ୍ୟା ପତ୍ନୀ ମାଆର ଜୀବନ୍ତ ଅଭିନୟ କରେ

ହାରି ହାରି ଜିତିଯାଏ 

ସଂସାର ନାରୀ ପାଇଁ ତ ଗଢା ହୁଏ

ଦେବୀ ବ୍ୟତିରେକ ଶୂନ୍ୟ ସୃଷ୍ଟି

ତା ବିନା ଜୀବନର ସବୁକିଛି ଖାଁ ଖାଁ ଲାଗେ


ଦେବୀ ପାଇଁ ଅଜସ୍ର ପ୍ରାର୍ଥନାର ସ୍ୱର ଶୁଭୁ ଥାଏ

ନିତ୍ୟ ମାନବୀରୁ ଦେବୀ ପାଲଟିବାର ଉପକ୍ରମ ଚାଲିଥାଏ

ଆଶୀର୍ବାଦ ଭିକ୍ଷାରେ ଲୋତକ ବନ୍ୟାରେ

ଦେବୀର ପାଦ ଧୌତ ହୁଏ

ଦେବୀ ପ୍ରକୃତି ସାଜି ଗଗନେ ପବନେ ବିରାଜୁ ଥାଏ

ନାରୀ ଯେବେ ପ୍ରତି ମୁହୂର୍ତ୍ତରେ ଦେବୀ ହୁଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational