STORYMIRROR

Illa Kanungo Mohapatra

Inspirational

3  

Illa Kanungo Mohapatra

Inspirational

ନାରୀ, ତୁ ଜ୍ଞାନର ମନ୍ଦିର

ନାରୀ, ତୁ ଜ୍ଞାନର ମନ୍ଦିର

1 min
260

ଜୀବନ ର ପ୍ରତିଟି ପାହାଚ

ସହଜ ନୁହେଁ ତୋ ପାଇଁ..

କେତେ ଘାତ ପ୍ରତିଘାତ

ବାଧା ବିଘ୍ନ ଦେଇ ତୁ ଆସୁ.... ll

ସବୁ ମୁହୂର୍ତ୍ତ ତୋ ପାଇଁ ପରୀକ୍ଷା

ନୂଆ ଏକ ଆହ୍ୱାନ କରିଥାଏ

ତୋର ଅପେକ୍ଷା... ll

ସାରା ଜୀବନ ତତେ କଷିବାକୁ ପଡ଼େ

ନୂଆ ନୂଆ ଗଣିତ ....

ଭାବନାରେ ବାନ୍ଧି ରଖିବାକୁ ପଡ଼େ

ସାହିତ୍ୟ ର ସବୁ ଲାଳିତ୍ୟ... ll

ଆଙ୍କିବାକୁ ପଡ଼େ ଜୀବନ ପାଇଁ

ସ୍ୱତନ୍ତ୍ର ଭୌଗଳିକ ମାନଚିତ୍ର...

ସଜାଇବାକୁ ପଡ଼େ ଇତିହାସ ପାଇଁ

ସୁନ୍ଦର ଏକ ଚରିତ୍ର.... ll

ତୋ ଚାରିପଟେ ଗଢୁ ତୁ

ନୀତି ନୂଆ ବିଜ୍ଞାନ...

ସମୟର ବନ୍ଧୁ ହେବ ପାଇଁ

କରୁ ନୂଆ ଜ୍ଞାନ ର ସନ୍ଧାନ... ll

ହେ ନାରୀ,

ତୁ ହିଁ ଜ୍ଞାନର ମନ୍ଦିର

ତୁ ହିଁ ଦେଇଚୁ ଏ ସମଗ୍ର ବିଶ୍ୱକୁ

ଜ୍ଞାନର ଭଣ୍ଡାର.... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational