STORYMIRROR

sasmita sahoo

Inspirational Others

3  

sasmita sahoo

Inspirational Others

ନାରୀ ଟିଏ ମୁହିଁ ନାରୀଟିଏ

ନାରୀ ଟିଏ ମୁହିଁ ନାରୀଟିଏ

1 min
311



ନାରୀ ଟିଏ ମୁହିଁ ନାରୀଟିଏ

ପ୍ରେମ ସବୁବେଳେ ଚାହୁଁଥାଏ ।।

ସୁଖରେ ହେଉ କି ଦୁଃଖରେ ହେଉ

ଖାପ ଖୁଆଇ ମୁଁ ଚଳିଯାଏ ।।

ନାରୀ ଟିଏ ମୁହିଁ ନାରୀଟିଏ…

ସମୟ ମିଳେନା ଘରେ ଯେବେ ମୋତେ

ମୋ ପାଇଁ ସମୟ ଖୋଜି ନିଏ ।।

କେବେ କେବେ ମନ କଷ୍ଟ ହେଲେ

ସମସ୍ତଙ୍କ ଖୁସି ପାଇଁ ହସି ଦିଏ ।।

ନାରୀ ଟିଏ ମୁହିଁ ନାରୀଟିଏ..

ଦୋଷୀ ନ ହେଇ ବି ଦୋଷୀ ହୋଇ କେବେ

ଚୁପ ହୋଇ ସବୁ ସହି ଯାଏ ।।

ସତ୍ୟ ପାଇଁ ସଦା ଲଢେଇ କରେ ମୁଁ

ନିଜ ଲୋକ ପାଇଁ ଜାଣି ହାରି ଯାଏ ।।

ନାରୀ ଟିଏ ମୁହିଁ ନାରୀଟିଏ…

ବ୍ୟସ୍ତତା ଭିତରେ ରହି ଥିଲେ ମଧ୍ୟ

ସମସ୍ତଙ୍କ ମନ ବୁଝୁ ଥାଏ ।।

ମୋ ଘର ସଂସାର ମଙ୍ଗଳ ପାଇଁ କା

କେତେ ପୂଜା ବ୍ରତ କରି ଯାଏ ।।

ନାରୀ ଟିଏ ମୁହିଁ ନାରୀଟିଏ..

ଦାୟିତ୍ବ ବି କେବେ ବୋଝ ଲାଗେ ମୋତେ

ତଥାପି ଚେଷ୍ଟା ମୁଁ କରି ଥାଏ ।।

ଯେବେ ଯେବେ ପୁରା ଥକି ଯାଏ ମୁଁ

ସ୍ୱାମୀ କାନ୍ଧେ ମୁଣ୍ଡ ରଖି ଦିଏ ।।

ନାରୀ ଟିଏ ମୁହିଁ ନାରୀଟିଏ..

ଅଧିକ ଖୁସି କି ଦୁଃଖ ସହି ନପାରିଲେ

କବିଟିଏ ସାଜି ଲେଖିଦିଏ ।।

ଯେତେବେଳେ ଭାବେ ନିଜକୁ ଏକIମୁଁ

ଘରକୋଣରେ ନିଜକୁ ନିଜେ ଖୋଜି ନିଏ ।।

ନାରୀ ଟିଏ ମୁହିଁ ନାରୀଟିଏ..

କାହାକୁ କିଛି ତ ଦେଇ ମୁଁ ପାରୁଛି,

କାହା ପାଇଁ କିଛି କରି ତ ପାରୁଛି ,

ଏଥି ପାଇଁ ସଦା ଖୁସିଥାଏ ।।

ଜୀବନ ସାଥି କି ପରିବାର ହେଉ

ସମସ୍ତଙ୍କୁ ନେଇ ହସି ଦିଏ ।।

ନାରୀଟିଏ ମୁହିଁ ନାରୀ ଟିଏ

ଗୃହିଣୀ ନାଁ ରେ ପରୀ ଟିଏ ।।

( ସସ୍ମିତା ସାହୁ ,ନାଶିକ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational