STORYMIRROR

Binata Mohanta

Classics Fantasy Inspirational

3  

Binata Mohanta

Classics Fantasy Inspirational

ନାରୀ ସର୍ବଦା ଅତୁଳନୀୟା

ନାରୀ ସର୍ବଦା ଅତୁଳନୀୟା

1 min
239

ସ୍ରଷ୍ଟାଙ୍କ ସୃଷ୍ଟିରେ

ନାରୀର ସ୍ଥାନ ବିଶେଷ

ସେ ଅଟେ ଜନ୍ମଦାତ୍ରୀ,

କନ୍ୟା, ଭଗିନୀ, ପତ୍ନୀ,

ଓ ତା'ର ରୂପ ଅନେକ ।।


ଜନ୍ମଦାତ୍ରୀ ହୋଇ ଭୂମିଷ୍ଠ

କରନ୍ତି ଏକ ନୂତନ ପ୍ରାଣର

କରାଇ ନିଜ ସ୍ତନ୍ୟପାନ

ଗଢନ୍ତି ଏକ ଜୀବନ ।।


କନ୍ୟା ରୂପେ

ତା'ର ଖିଲିଖିଲି ହସେ,

ରୁଣୁଝୁଣୁ ତା'ର ପାଉଁଜୀ ଶଦ୍ଦେ

ତା ପ୍ରେମରେ ସଭିଙ୍କୁ ବାନ୍ଧେ ।।


ଭଗିନୀର ସ୍ଥାନ

ସର୍ବଦା ଅତୁଳନୀୟ

ପ୍ରତିଟି ବିଶେଷ ମୁହୁର୍ତ୍ତ

ଜଡିତ ଭାଇ ଭଉଣୀ ସହିତ ।।


ପତ୍ନୀ ରୂପେ ବାନ୍ଧିଥାଏ

ପରିବାରକୁ ଏକ ସୁତ୍ରରେ

ଘରର ସମସ୍ତ ଦାଇତ୍ୱ

ତୁଲାଏ ଅତି ସହଜରେ ।।


ନାରୀ ଅଟେ ମମତାମୟୀ

ତ କେତେବେଳେ ଶକ୍ତିମୟୀ

ପ୍ରତିରୂପେ ସେ ଅତୁଳନୀୟା

ସେ ସବୁ କ୍ଷେତ୍ରେ ସମ୍ମାନନୀୟା ।।


ସର୍ବଦା ନାରୀକୁ କରିବା

ସମ୍ମାନ ଓ ଆଦର

ଏକ ସ୍ୱଚ୍ଛ ସମାଜ ଗଢ଼ିବାରେ

ସେ ଅଟେ ପ୍ରଥମ ସୁତ୍ରଧାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics