Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ନାରୀ ସଫଳ ରୂପାୟନ ପଥେ

ନାରୀ ସଫଳ ରୂପାୟନ ପଥେ

1 min
10



ଅସହାୟ ଅବଳା ଦୂର୍ବଳା ଆଖ୍ୟା

ପୁରାଣରେ ହିଁ ପୁରୁଣା

ହାରିଯାଇ ଥକା ମାରି ବସି ଯିବା

ଏ ଯୁଗ ନାରୀ ଚାହେଁନା

ପୁରୁଷ ପରି ନାରୀ ହୋଇ ସମର୍ଥ

ପ୍ରତି କାର୍ଯ୍ୟ ସମ୍ପାଦନ

ପୁରୁଷ ପ୍ରଧାନ ସମାଜରେ ରହି

ସଫଳତା ପ୍ରଦର୍ଶନ

ଜୀବନର ଚଲା ପଥେ ବାଧା ବିଘ୍ନ

ତଥାପି ଲକ୍ଷ୍ୟ ହାସଲ

ଦମ୍ଭ ତ୍ୟାଗ ଦୟା ମମତା ଆଳରେ

କୃତକାର୍ଯ୍ୟ ଅବିକଳ

କେବେ ଗୃହ ଲକ୍ଷ୍ମୀ ପୁଣି ସୀତା ରୂପେ

ବିପଦରେ ଦୁର୍ଗା କାଳୀ

କେବେ ଶାନ୍ତ ଶିଷ୍ଠ କୋମଳ ହୃଦୟ

ଅସମୟେ ଶକ୍ତିଶାଳୀ

ନିରୁତ୍ତର ନୀରବରେ ଲୁହ ପୋଛି

ବିତିଛି ବିଗତ ଦିନ

ସବଳ ସମର୍ଥ ସଚେତନ ଆଜି

ଶିକ୍ଷା ସଂସ୍କାର ଜୀବନ

ରକ୍ଷଣଶୀଳ ଚିନ୍ତାଧାରା ଶିକୁଳି

ଆଉ ପାରିବନି ଘେରି

ଚଲା ପଥେ ଝଡ ତୋଫାନ ଆସିଲେ

ଅଟକି ଯିବନି ଡରି


ଶିକ୍ଷା ହିଁ ନାରୀ ସଫଳତାର ଚାବି

ସ୍ଵାଭିମାନୀ ରୋଜଗାରୀ

ସଙ୍ଘର୍ଷ ବି ଅବ୍ୟାହତ ସେହି ପରି

ସମସ୍ୟା ଦୃଢେ ଆବୋରି

ନାରୀ ସଶକ୍ତିକରଣ ଯୋଜନାର

ରୂପାୟନ ବି ସଫଳ

କର୍ମ କ୍ଷେତ୍ରରେ ଉଚ୍ଚ ପଦେ ନିଯୁକ୍ତି 

ଲାଭ ପ୍ରଦ ଫଳାଫଳ

ପ୍ରଶାସନ ଅବା ରାଜନୀତି କ୍ଷେତ୍ର

ନାରୀ ଶକ୍ତିର ପ୍ରୟୋଗ

ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ

ନିଜକୁ ନିଜେ ସଜାଗ


ଦୁଃଖ ଆଉ ପରିତାପର ବିଷୟ

ସଂସ୍କାର ଆଜି ବିଲୀନ

ଫେଶନ ନାମରେ ଅଙ୍ଗ ପ୍ରଦର୍ଶନ

ଛୋଟ ବସ୍ତ୍ର ପରିଧାନ

ପୁରୁଷ ମନରେ ଉତ୍ତେଜନା ଭାବ

ଦେଖି ଉତ୍ତେଜକ ବେଶ

କଳୁଷିତ ଚିନ୍ତାଧାରାର ଉଦ୍ରେକ

କ୍ରମେ ନଷ୍ଟ ପରିବେଶ

ସଭ୍ୟତା ର ଦ୍ୱାହି ଦେଇ ନାରୀ

ଶୃଙ୍ଖଳିତ ପଥ ହୁଡ଼ି

ପରିବାର ସମାଜରେ ବିଶୃଙ୍ଖଳା

ପ୍ରାୟ ରହିଅଛି ବଢ଼ି

ଉଚ୍ଚ ଶିକ୍ଷା ପ୍ରାପ୍ତି ସହିତ ସଂସ୍କାର

ଭାବନା ରହୁ ହୃଦରେ

ଆଦର୍ଶ ଜୀବନ ଯାପନ କାମନା

ନାରୀ ଦେବୀ ହୋଇ ପାରେ ।।


Rate this content
Log in

Similar oriya poem from Abstract