ନାରୀ ସେ ନାରାୟଣୀ
ନାରୀ ସେ ନାରାୟଣୀ
ଦୋଳ ପରବରେ ମେଲଣ ଯାତରେ
ଉଛୁଳୁଛି ଗାଁ ପଡିଆ
ଶ୍ରୀରାଧା ଗୋବିନ୍ଦ ଦେଖ ବିମାନରେ
ବାଜା ସଙ୍ଗେ ଆଲୋକମାଳା l
ଖୁସିରେ ମଗନ ସାରା ମୁଲକଟା
ହରିବୋଲ ସାଥେ ହୁଳହୁଳି
ଚାନ୍ଦନୁହେଁ ସିଏ ଚାନ୍ଦପରି ଯିଏ
କାଳିମା ହୋଇଛି ବୋଳି l
ମା'ଙ୍କର ମୁଖ ଦେଖିନାହିଁ କେବେ
ବାପାଙ୍କର ପରୀ ଯିଏ
ବିହାଘର ପରେ ଦିନ ଚାରିଟାରେ
ସ୍ୱାମୀ ପରିତ୍ୟକ୍ତା ସିଏ l
ଦୁଃଖ ହେଲା ଚୀର ସହଚରୀ
ସବୁ ସହେ ନୀରବରେ
ନୟନୁ ଝରଇ ବେଦନାର ଅଶ୍ରୁ
କାହାକୁ କହି ନପାରେ l
ସବୁଭୁଲି ସେଇ ମଗନ ବେଳାରେ
ଯାଇଥିଲା ଉଲ୍ଲାସ ପାଇଁ
ମାଉଁସ ଝୁଣି ଖାଇଲେ ନରପିଶାଚ
ବର୍ତ୍ତିବାର ଉପାୟ ନାହିଁ l
ତଥାପି ସେ ନୀରବ, ନିଶ୍ଚଳ
ସର୍ବସଂହା ଧରିତ୍ରୀ ପରି
ମନର ଯନ୍ତ୍ରଣା ସଙ୍ଗେ ଶରୀର ଯନ୍ତ୍ରଣା
ହେଲାଣି ଅସହ୍ୟ ଭାରି l
ସାଜେ ଖଣ୍ଡା ଖର୍ପର ଧାରିଣୀ
ଅବଳା ନୁହେଁ ନାରୀ, ନାରାୟଣୀ
ଲଜ୍ୟା ର ବେଡି ଛିଣ୍ଡାଇ
ହୁଏ ସଂଘାର କାରିଣୀ l