Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Inspirational

3  

ବୀରେନ୍ କୁମାର ବେହେରା

Inspirational

ନାରୀ ପରା ମହାଶକ୍ତି

ନାରୀ ପରା ମହାଶକ୍ତି

1 min
13.9K


ନାରୀକୁ ନିନ୍ଦିଲେ ଜଗା ଓ ବଳିଆ,

ନ ମିଳିଲା ମୁଠେ ଦାନା ।

ଜଳଧି ଘୁଞ୍ଚିଲା ରହିଲେ ତୁଷାର୍ତ୍ତ,

ଦୁଇ ଲକ୍ଷ୍ମୀଛଡା ନନା ।।

ଆତ୍ମ ବଡିମାରେ ସେହି ଦୁଇ ଭାଇ,

ଲକ୍ଷ୍ମୀଙ୍କୁ ନିନ୍ଦିଲେ ଯେଣୁ ।

ଶୁଷ୍କ କାଠରେ ବି ଅଗ୍ନିର ସଂଯୋଗ,

ହୋଇ ନ ପାରିଲା ତେଣୁ ।।

ନାରୀ ନିର୍ଯ୍ଯାତନା ଦେଉଥିଲା ଦିନେ ,

ମଥୁରାର ପାପୀ କଂସ ।

ସମୟକ୍ରମରେ ଅହଂକାର ତା'ର,

ହୋଇଥିଲା ଦିନେ ନାଶ ।।

ଦୁର୍ଯ୍ୟୋଧନ ଆଉ ଦୁଃଶାସନ କଲେ,

ପାଞ୍ଚାଳୀଙ୍କ ବିବସନା ।

ଧ୍ୱଂସ ପାଇଗଲା ସେ କୌରବ ବଂଶ ,

ଏହା ସମୟ ଗଣନା ।।

ବିଶ୍ରବାନନ୍ଦନ କରିଥିଲା ଦିନେ,

ନାରୀର ଅପହରଣ ।

ହରାଇଲା ରାଜ୍ୟ ଆତ୍ମ ପରିଜନ,

ରହିଛି ଏହା ପ୍ରମାଣ ।।

ଯେଉଁ ଦେଶେ ନାରୀ ସର୍ବଦା ପୂଜିତ,

ସେ ଦେଶ ପ୍ରଗତି ଲଭେ ।

ନାରୀକୁ ସମ୍ମାନ,ଆଦର କରିଲେ,

ଆନନ୍ଦେ ରୁହନ୍ତି ସର୍ବେ ।।

ମହିଷାସୁରର ପାପର ଭାରରୁ,

ନାରୀ ଦେଇଥିଲା ମୁକ୍ତି ।

ନାରୀକୁ ନ ମଣ ଅବଳା ଦୁର୍ବଳା,

ନାରୀ ପରା ମହାଶକ୍ତି ।।


ବୀରେନ୍ କୁମାର ବେହେରା

ପୋଷାଇ, ମହାକାଳପଡା, କେନ୍ଦ୍ରାପଡା

Email-beherabirenkumar65@gmail.com


Rate this content
Log in

Similar oriya poem from Inspirational