Bijoy Jena

Inspirational Others

3  

Bijoy Jena

Inspirational Others

ନାରୀ ଓ ପୁରୁଷ

ନାରୀ ଓ ପୁରୁଷ

1 min
237



 

ଇଶ୍ୱରଙ୍କ ସୃଷ୍ଟି   ଆହାକି ସୁନ୍ଦର୍

     ନାରୀର ବାତ୍ସଲ୍ୟ ପ୍ରେମ

ସେବା ସମ୍ବେଦନା  ବଳେ ପରିବାର

     ରାଷ୍ଟ୍ର ହୁଅଇ ସିଂଚନ।

ଯେଉଁଠାରେ ନାରୀ ପୂଜା ପାଇଥାଏ

     ଥାଏ ସମ୍ମାନ ସତ୍କାର

ସେଇଠି ଦେବତା  ନିବାସ କରନ୍ତି

     ପଲ୍ଲବିତ କୁଳ ତାର।

ପୁତ୍ରହିଁ କେବଳ   ନିଜ ପିତା କୁଳ

     ପ୍ରତିନିଧି ସେବା ପଣେ

ନାରୀଟିଏ କିନ୍ତୁ  ଦୁହିତା ନାମରେ

     ଦୁଇ କୁଳ ହିତା ଜଣେ।

ବନବାସ କାଳେ ଶ୍ରୀରାମଙ୍କ ସଙ୍ଗେ

     ତ୍ୟଜି ସୁଖ ବଇଭବ

ତପସ୍ଵିନୀ ବେଶେ ସତୀ ସୀତା ପୁଣି

    ବରି ନେଲେ ତ୍ୟାଗ ଭାବ।

 ବୈଦିକ ଯୁଗରେ ମୈତ୍ରେୟୀ ଅପଲା  

   ଗାର୍ଗୀ ଘୋଷା ଋଷି ନାରୀ

ଆଧୁନିକ ଯୁଗେ ଶ୍ରୀମାଆ ସାରଦା

    ତ୍ୟାଗୀ ଋଷି କନ୍ୟା ଭାରି।

ଏସବୁ ସର୍ଜନା  ବିଶ୍ୱପିତା ଙ୍କର୍

    ନୀଳାଚଳ ଅଧୀଶ୍ଵର

କାଳିଆ ଠାକୁର  ଜଗତ କରତା

    ନର ନାରୀ ଏକ ସ୍ଵର।

ଆସହେ ସରବେ ନାରୀ ପାଇଁ ହୃଦେ

   ପ୍ରେମ ରଖିବା ସାଇତି

ହସିବ ସମାଜ   ହସିବ ପୃଥିବୀ

    କରିବା ପ୍ରାର୍ଥନାନିତି।

   

  


Rate this content
Log in

Similar oriya poem from Inspirational