STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତଥାପି

ତଥାପି

1 min
315

ଶୀତୁଆ ସକାଳ ନିଦୁଆ ଆଖିର

କୁହୁଡି ଘେରା ଏ ଜୀବନ

କୋବି କିଆରୀର କାକର ବିନ୍ଦୁରେ

ମିଠା ମିଠା କିଛି ସ୍ୱପ୍ନ।।


ଚୋର ଚଇତାଳି କୋଇଲିର କୁହୁ

ଆମ୍ବ ବାଉଳର ବାସ୍ନା

ଫଗୁଣର ରଙ୍ଗ ମନ ତଳେ ମାଖେ

ପୁନିଅଁ ଜହ୍ନ ଜୋଛନା।।


ପହିଲି ବରଷା ମାଟିର ଗନ୍ଧରେ

ଭିଜିଯାଏ ଯେବେ ମନ

ହୃଦ ତଳ କୋହ ଆଖି ତଳ ଲୁହ

ଦିଏ ଟି କେତେ କଷଣ।।


କେବେ ଏ ଜୀବନେ ଅସରା ବର୍ଷା

କୋହଲା ପବନ ବୁହେ

ବାର ବାର ଲଘୁଚାପ ତିତଲି ଆଣି

ମଞ୍ଜ ଦୋହଲାଇ ଦିଏ।।


ସପନ ବେଉସା ଆଶାର ହତ୍ୟା

ପୋଡିଯାଏ ମନ ଅରଣ୍ୟ

ଆଇଁଷିଆ ଗନ୍ଧେ ଦେହଳି ଜଳେ

ତଥାପି ସୁନ୍ଦର ଏ ଜୀବନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational