Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational Others

3  

Bijoy Jena

Inspirational Others

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
296



 

ପବିତ୍ର କାର୍ତ୍ତିକ ମାସ

ଅନେକ ପୁଣ୍ୟର ବେଶ

ଆସିଛି ସରାଗେ ଶୁଭ କ୍ଷଣରେ ଏଠି

ଶୁଭ ଦୀପାବଳି ତାର

ବାଣ ଭେଟି ଉପହାର

ମଧୁର କଣ୍ଠରେ କହି ଯାଏରେ ଉଠି

ଶୁଣ ଶୁଣ ବିଶ୍ୱେ ଜନତା

ସୁଖେ ରାତି ପାହିଯାଉ ନ ହେଉ ବ୍ୟଥା!

ଧରମ ମାସର ନାମ

କରିବାନି ଅଘଟଣ

ଭିତର ବାହାର ପରିବେଶକୁ ସ୍ୱଚ୍ଛ

ବଡ ବଡୁଆଙ୍କୁ ଡାକି

ଶାନ୍ତିରେ ରଖିବା ମାଖି

ବାଇଶି ପାହାଚ ଥାଉ ସବୁରି ସାକ୍ଷୀ

ଐସାନ ଦେବତା ଆମ

ପିତୃପୁରୁଷଙ୍କ ରାଣ

ବରଷେ ଥରୁଟେ ଚାହିଁ ରହନ୍ତି ସଖି

ମହାନନ୍ଦେ କରି ସ୍ୱାଗତ

ଦିବଂଗତ ଆତ୍ମା ମାନେ ହୋଇ ଜୀବନ୍ତ!

ମାଟିର ଦୀପ ସଜେଇ

ତୋରଣ ମାଳରେ ଦେଇ

ଗୃହର ଅଗଣା ଦେବା ସର୍ବେ ସଜାଇ

ଏଇ ଦିନ ଅଯୋଧ୍ୟାରେ

ବିଜୟା ଉଲ୍ଲାସ ଭୋଳେ

ଶ୍ରୀରାମ ପ୍ରତୀକ୍ଷା କରି ଶୁଭ ମନାଇ

ଆସିବେ ଯେ ପ୍ରିୟ ଶ୍ରୀରାମ

ଦୀପାବଳି ଶୁଭ ରାତ୍ରି ରଖିଛି ଚି଼ହ୍ନ!

ଆଜିର ଏ ପୁଣ୍ୟ ତିଥି

ଗାଉଛି ବିଜୟା ଗୀତି

କାହାରି ମନରେ ଦେବା ନାହିଁ ଆଘାତ

ବିନା ବାଣ ରୋଷଣୀରେ

ଖାଲି ଆଲୋକମାଳରେ

ପାଳିବା ପରବ ଆମ ନିଜ ଆୟତ୍ତ

ମୁକ୍ତ କଣ୍ଠେ ଗାଇ କହିବା

 ଶୁଭ ଦୀପାବଳି ବିତୁ ଦୁଖୀ ନ ହେବା!



Rate this content
Log in

Similar oriya poem from Inspirational