କଳିକି ପାରିବ
କଳିକି ପାରିବ


କଳିକି ପାରିବ ସମୁଦ୍ର ଲହରୀ
ବରଷା ର ବାରିଧାରା
ମାଆର ସେନେହ ମାଟିର ମୋହକୁ
ବନ୍ଧୁ ପୀରତି ପସରା।
ଆଲୋକର ଗତି ତମିଶ୍ରାର ରାତି
ଚନ୍ଦ୍ର ବିମଳ ଯୋଛନା
ଚକୋର ଚକୋରୀ ମିଳନ ବିଚ୍ଛେଦ
ନୁହଇଁ କେବେ କଳନା।
ଛୋଟିଆ ମଞ୍ଜିଟି ବିଶାଳ ଦ୍ରୁମ ରେ
ଦିନେ ହୁଏ ପରିଣତ
ଆଜ
ି ଯିଏ ଶିଶୁ କାଲି ନାଗରିକ
ବୟସରେ ହୁଏ ସତ।
ସମୟକୁ କେହି କଳି ପାରିବେନି
କୁଆଡେ ଯାଉଛି ବହି
ସାବଧାନ ରହି ଯେ ଚଳି ପାରଇ
ନିଜ ଗୁଣେ ଜିତେ ମହୀ।
ସକଳ ଅନ୍ତରେ ପ୍ରେରଣା ଦିଅନ୍ତି
ନୀଳାଚଳ ଜଗନ୍ନାଥ
ତାଙ୍କୁ ଚିନ୍ତା କରି ଚାଲିଲେ ଆଗକୁ
ସୁଗମ ହୁଅଇ ପଥ।