Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ଜନ୍ମଭୂମି

ଜନ୍ମଭୂମି

1 min
327


ସାରା ଜଗତର ସଂକ୍ଷିପ୍ତସାର ଭାରତ ମୋ ଜନ୍ମଭୂଇଁ,

ପବିତ୍ର ଓଁକାର ଝଙ୍କୃତ ହେଲା ଯେ ଭୂଇଁରୁ ନଭଛୁଇଁ ।


ଯେଦେଶ କୃଷକ ଲଙ୍ଗଳ ମୂନରେ ମାଟିରୁ ଫଳାଏ ସୁନା,

ଯେଉଁ ଦେଶେ ଗଙ୍ଗା ଯମୁନା ବହୁଛି ଉଡୁଛି ତ୍ରିରଙ୍ଗା ବାନା ।


ହିମାଳୟ ଯା'ର ମଥାର ମୁକୁଟ ପାଦୁକା କନ୍ୟାକୁମାରୀ

ମହାନନ୍ଦେ ଯା'ର ପଦଧୌତ କରେ ସାଗର ତୋଳି ଲହରୀ ।


ରାମାୟଣ ମହାଭାରତର ସାକ୍ଷୀ ରାମ କୃଷ୍ଣ ଲୀଳା ଭୂଇଁ,

ବୁଦ୍ଧ ମହାବୀର ଶଙ୍କର ଚୈତନ୍ୟ ଗାନ୍ଧୀ ଜନ୍ମ ନେଲେ ଯହିଁ ।


ଯେଉଁ ଦେଶ ନାରୀ ସତୀ ସ୍ବାଧୀ ପୂଣ୍ୟା ପତିବ୍ରତା ଧର୍ମେ ବ୍ରତୀ,

ଯହିଁ ଜନମିଲେ ସୀତା ସାବିତ୍ରୀ ଅନୁସ୍ଵୟା ଦମୟନ୍ତି ।


ବାଲମିକ ବ୍ୟାସ କାଳିଦାସ ଭଞ୍ଜ ରାଧାନାଥ ଗଙ୍ଗାଧର,

ବିହ୍ମଣ ଭାରବୀ ମାଘ ଆଦି କବି ରଚିଲେ କାବ୍ୟ ସମ୍ଭାର ।


ନାନା ଜାତି ଭାଷା ବର୍ଣ୍ଣ ସମାହାର ଧର୍ମ ନିରପେକ୍ଷ ରାଷ୍ଟ୍ର,

ବିଭିନ୍ନତା ତଳେ ସୁଦୃଢ଼ ଏକତା ଯେ ଭୁଇଁରେ ପରିଦୃଷ୍ଟ ।


ମାଆ ମାଟି ମୋର ପ୍ରିୟ ଜନ୍ମଭୂମି ସରଗ ଠାରୁ ବି ବଡ,

ଦେଶ ହିତେ ଜାତି ହିତେ କାମକରି ହେବି ସେହିପରି ବୀର ।



Rate this content
Log in

Similar oriya poem from Inspirational