Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Inspirational

3  

Dhaneswar Dash

Inspirational

ଦିବ୍ୟ ଅନୁଭୂତି

ଦିବ୍ୟ ଅନୁଭୂତି

1 min
293


ଆଶୀର୍ବାଦ ନୁହେଁ ମନ୍ଦିର ପ୍ରସାଦ 

ମିଳେ ଆନନ୍ଦ ବଜାରେ,

ଭାବ ବିହ୍ୱଳରେ ସେବନ କରିଲେ

ଆତ୍ମତୃପ୍ତି ଲାଭ କରେ ।


ଆଶୀର୍ବାଦ ଅଟେ ଅନ୍ତରାତ୍ମା ଭାବ

ପରମାତ୍ମା ଯହିଁ ମେଳ,

ସ୍ଵତଃଫୁର୍ତ୍ତ ଭାବେ ଝରଇ ହୃଦରୁ

ଏହା ଯେ ବିଧିର ଖେଳ ।


ମନ୍ଦିରରେ ପୂଜା ବ୍ୟର୍ଥ ଯାଇପାରେ

ହେବାକୁ କରୁଣା ବାରି,

ଗୁରୁଜନ ସେବା ବ୍ୟର୍ଥ ହୁଏ ନାହିଁ 

ଆଶୀର୍ବାଦ ପଡେ ଝରି ।


ବିଜ୍ଞ ଶୁଦ୍ଧିଜନ ବୁଝନ୍ତି ଏକଥା

ସେବାରେ ଦିଅନ୍ତି ଧ୍ୟାନ, 

ଚଳନ୍ତି ପ୍ରତିମା ସମ୍ମୁଖରେ ପାଇ

ହୁଅନ୍ତି ସେ ଯତ୍ନବାନ ।


ନିର୍ବୋଧ ମନୁଷ୍ୟ ପଢା ଲେଖା ହେଲେ

ହୁଏନା ଜ୍ଞାନ ଉଦୟ,

ଘର ମନ୍ଦିରରୁ ଦିଅଁଙ୍କୁ ଦିଅନ୍ତି 

ବୃଦ୍ଧାଶ୍ରମରେ ଆଶ୍ରୟ। 



Rate this content
Log in

Similar oriya poem from Inspirational