STORYMIRROR

Chittaranjan Lenka

Inspirational Others Abstract

2  

Chittaranjan Lenka

Inspirational Others Abstract

ନାରୀ ଓ ପୁରୁଷ

ନାରୀ ଓ ପୁରୁଷ

1 min
13.7K


ବୁଦ୍ଧି ବିବେକରେ  ଯିଏ ସର୍ବଶ୍ରେଷ୍ଠ

ସକଳ ଶକ୍ତି ଯାହାର

ସେହି ପ୍ରଭୁ ପୁଣି   ଲକ୍ଷ୍ମୀ ମାଆ ହାତେ

ଅର୍ପିଲେ ଅନ୍ନଭଣ୍ଡାର


ଯେତେ ଯାହା ଥାଉ  ଅନ୍ନର ବିହୁନେ

ହୋଇବ ନିଶ୍ଚେ ମରଣ

ତାତ୍ତ୍ୱିକ ଅର୍ଥରେ  ଅନ୍ନ ହିଁ ଜୀବନ

ଭୁଲିବନି କେଉଁ ଦିନ


ମାଆ ଲକ୍ଷ୍ମୀ ହାତେ   ଜୀବନ ସବୁରି

ଦେଇଛନ୍ତି ବିଶ୍ୱପ୍ରାଣ

ଚେତାଇ ଦେବାକୁ  ନାରୀଙ୍କ ଗୁରୁତ୍ୱ

ସମାଜରେ ତାଙ୍କ ସ୍ଥାନ


ଦକ୍ଷିଣ ଅଙ୍ଗରେ   ପୁରୁଷ ରହିଲେ

ନାରୀ ନିଶ୍ଚେ ବାମ ଅଙ୍ଗ

ଏକ ଅଙ୍ଗେ କେବେ   ସିଦ୍ଧି ମିଳେ ନାହିଁ

ସର୍ବ କାର୍ଯ୍ୟ ହୁଏ ଭଙ୍ଗ



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational