STORYMIRROR

Bharati Bhusan Das

Inspirational

4  

Bharati Bhusan Das

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
10



ଭଗିନୀ ଜାୟା ଜନନୀ

               ସଦା ବନ୍ଦିତା......

ସର୍ବସଂହା ତୁହି ଅଟୁ

               ଜଗତ ଜିତା......

ନାରୀ ନାରାୟଣୀ...... ସର୍ବ ବିଦ୍ୟ ପୁଣି

       ଦୁହିତା ଦୁଇ କୁଳ କୁ ଯେ ହିତା।୧।

ପରିଚିତା ସର୍ବତ୍ର

         ତୋର ଗୁଣରେ.......

ପ୍ରୀତି ମମତା ହୃଦ

          ତୋ ପଣତ ରେ........

ନାରୀ ମହାମାୟୀ....... ଜୀବନ ପ୍ରଦାୟୀ

       ଅପରିଜିତା ନାମେ ଜଣା ସଂସାରେ।୨।

ପୁରାଣ ଇତିହାସ

          ସଂସ୍କୃତି ଗାଥା.....

ଧରା ବକ୍ଷ ରେ ନାମ

         ରହିଛି ଯଥା........

ସାବିତ୍ରୀ ଦୁର୍ଗା ମାତା..... ଲକ୍ଷ୍ମୀ ପାର୍ବତୀ ସୀତା

   ରହିଛି ସ୍ୱର୍ଣ୍ଣାକ୍ଷରେ ଲିଖିତ ପ୍ରଥା।୩।

ଅପରାଜିତା ମାତା

         &nbs

p; କ୍ଷମା ଗୁଣରେ.......

ମମତାର ମୂର୍ତ୍ତିମନ୍ତ

            ଜୀବନ ଧାରେ....

ଜନନୀ ଲୋ ପୂଜିତା..... ହୃଦେ ସଦା ବନ୍ଦିତା

      ପ୍ରଣାମ ଜଣାଉଛି ତୋର ପୟରେ।୪।

ଦୁହିତା ଜନମ ହୁଏ

      ସାର୍ଥକତାରେ.....

ଦୁଇ କୁଳ ହିତାକାଂକ୍ଷୀ

        ପବିତ୍ରତାରେ......

ମାତୃ କଳ୍ପା ହୃଦ.... ଫେଡ଼ିଦିଏ ଖେଦ

     ନାରୀ ଜୀବନ ର ପୂର୍ଣ୍ଣାଙ୍ଗତାରେ।୫।

ମମତା ସ୍ୱରୂପିଣୀ

        ପ୍ରେମ ସିକ୍ତତା......

ମାତୃତ୍ଵ ର ନିଦର୍ଶନ

         ଅପରାଜିତା.......

କୋଳରେ ସନ୍ତାନ.... ପାଏ ଜୀବ ଦାନ

ତୁହି ଅଟୁ ସଂସାର ରେ....ଜଗତଜିତା।୬।

ସଂସ୍କାର ଶାଳୀନ

       ତୋ ଶିକ୍ଷା ପଣେ....

ସଂସ୍କୃତି ବିଚାର.....

        ଧୀ ଶକ୍ତି ଜ୍ଞାନେ.......

ଶିକ୍ଷା ଦୀକ୍ଷା ବୁଦ୍ଧି.... ସଂସାର ପରିଧି

     ବିଚାର କର ମାତେ.... ସୁକ୍ଷ୍ମ ନୟନେ।୭।


Rate this content
Log in

Similar oriya poem from Inspirational