STORYMIRROR

MADHU MITA

Abstract

2  

MADHU MITA

Abstract

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
228

ନାରୀ ନୁହେଁ ମୁଁ ନାରାୟଣୀ

ଜୀବନ ଯୁଦ୍ଧର ଅଗ୍ରଣୀ ସେନାନୀ


ଦେବତା ର ଭୋଗ୍ୟା, ଦୈତ୍ୟ ର କାମିନୀ

ପ୍ରେମିକା ସେବିକା ମୁଁ ପ୍ରାଣ ଦାତ୍ରୀ ଜନନୀ


ଜାୟା ବାନ୍ଧବୀ ମୁଁ ପୁଣି ସ୍ନେହୀ ଭଗିନୀ

ସ୍ରଷ୍ଟା କୁ ସୃଷ୍ଟି କରେ ଅବିନାଶୀ ମୋ ସୃଜନୀ


ଅତୀତ ଇତିହାସ ପୁଣି ଭବିଷ୍ୟ ର ଲେଖନୀ

ଅମୃତ ମୟି ପ୍ଲାବିନି ଦୁଃଖୀ ଦୁଃଖ ହାରିଣୀ


ଚେତନତୀତ କଳ୍ପନା ପୁଣି ଅକଳ୍ପନୀୟ କଲ୍ୟାଣୀ

ପୂତିମୟ କଳ୍ମସ ପାଇଁ ପାବନି ପାପନାଶିନୀ


ବକ୍ଷେ ମୋରୋ କୋଟି କୋଟି ଅମିୟ ନିର୍ଝରଣୀ

ମନ ମଧ୍ୟେ ବାସ କରେ ଅସୁମାରୀ ଯାମିନି


ହାସ୍ୟ ଛନ୍ଦେ ବାନ୍ଧେ ଧରା ପ୍ରେମୀ ମୁଁ କଲ୍ଲୋଲିନି

ଅଟହାସ୍ୟେ ପୁଣି କରେ କମ୍ପିତ ଏ ମେଦିନୀ


ସର୍ଵଂ ସହା ସତ୍ୟଭାମା ପୁଣି ରାଧା ରୁକ୍ମିଣୀ

ତଥାପି ଚିର ତିରସ୍କୃତା ଅବହେଳିତ ପାପିନୀ


ମୋ ବିନୁ ଅସମ୍ଭବ ନୂତନ ସୃଷ୍ଟି ଜୀବନୀ

 ଯୁଗେ ଯୁଗେ ଭୋଗ୍ଯା କାମ୍ୟା ମୁଁ ନିତ୍ୟ ପାଷାଣି


ପରାଜୟ ସ୍ଵୀକର୍ଯ୍ୟ। ପଛଘୁଞ୍ଚା ମୁଁ ଜାଣେନି

ଜୀବନ ଯୁଦ୍ଧ ର ଯେ ମୁଁ ଅଗ୍ରଣୀ ଏକ ସେନାନି

ହଁ। ନାରୀ ନୁହେଁ। ମୁଁ ଯେ ନାରାୟଣୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract