STORYMIRROR

sasmita sarangi

Inspirational

4  

sasmita sarangi

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
377

ପ୍ରକୃତି ରୂପେ ନାରୀ ସୃଷ୍ଟି ପ୍ରାରମ୍ଭରେ

  ନାରାୟଣୀ ରୂପେ ଜଗତମାତା,

ସଂହାର କାଳରେ ଉଗ୍ରରୂପୀ ଚଣ୍ଡୀ

  ମା କାଳୀ ମୁଣ୍ଡମାଳା ପରିହିତା ।୧।


ଜାୟା, ଜନନୀ ଓ ଭଗିନୀ ଭାବରେ

  ଛାଇ ପରି ସାଥେ ରୁହଇ ସଦା,

ପଣତ କାନିରେ ଝାଡେ ଦେହ ଧୂଳି

  ମାଆ ନାମେ ସେ ଅପରାଜିତା ।୨।


ଝିଅ ଟିଏ ବୋଲି କେତେ ହତାଦର

  ଏନ୍ତୁଡ଼ିଶାଳ ରୁ ହୁଏ ଆରମ୍ଭ,

ସର୍ବସଂହା ନାରୀ ବୁକୁ ତା ଭିଜାଇ

  ଶୁଖିଲା ମନରେ ଦେଖାଏ ଦମ୍ଭ ।୩।


ଆଦ୍ୟ ଗୁରୁ ରୂପେ ସର୍ବାଗ୍ରେ ପୂଜିତା

 ମାଟି ପିଣ୍ଡୁଳାକୁ ଦିଏ ଜୀବନ୍ୟାସ,

ଜୀବନ ତମାମ ସେ ଖଟେ ଅବିଶ୍ରାନ୍ତ 

 ତା ସଂସ୍କାର କରେ ଭଲ ମଣିଷ ।୪।


ନାରୀ ସେ ନାରାୟଣୀ ଜଗତବନ୍ଦିନୀ

  ମାତୃ ରୂପେ ସସ୍ମିତ ମୁଖ ମଣ୍ଡଳ,

 ତା ଲୋତକ ଲେଲୀହାନ ଅଗ୍ନିଶିଖା

  କ୍ଷଣେ ଭସ୍ମ ହୁଅଇ ତାଜମହଲ ।୫।


ନାରୀ କୁ ସମ୍ମାନ କନ୍ୟାକୁ ଗ୍ରହଣ କରି

  କୁ ଦୃଷ୍ଟି, କଟାକ୍ଷ ନଥାଏ ଯେଉଁଠି,

ଶକ୍ତିସ୍ବରୂପିଣୀ, ମାତା ଅନ୍ନପୂର୍ଣ୍ଣା କୃପା

  ଭରି ଦିଅନ୍ତି ଆଶିଷ ସେଇଠି ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational