ନାରୀ ନାରାୟଣୀ
ନାରୀ ନାରାୟଣୀ
ନାରୀ ଜାୟା ଜନନୀ ଭଗିନୀ
ନାରୀ ନାରାୟଣୀ
ନାରୀ ସହଧର୍ମିଣୀ ସହକର୍ମୀଣୀ
ନାରୀ ନାରାୟଣୀ ।
ନାରୀ ପଥପଦର୍ଶିନୀ ଆନୁଗାମିନୀ
ନାରୀ ନାରାୟଣୀ
ନାରୀ ସକଳ ସ୍ୱରୂପା ଶକ୍ତି ପ୍ରଦାୟିନୀ
ନାରୀ ନାରାୟଣୀ ।
ନାରୀ ଦମ୍ଭ ସାହସ ଶକ୍ତି ସ୍ୱରୂପିଣୀ
ନାରୀ ନାରାୟଣୀ
ନାରୀ, ଦୁର୍ଗା,ଲଷ୍ମୀ,ଶ୍ରୀୟାଚଣ୍ଡାଳୁଣୀ
ନାରୀ ନାରାୟଣୀ ।
ନାରୀ ମମତାମୟୀ ସ୍ନେହକାଙ୍ଗାଲୁଣି
ନାରୀ ନାରାୟଣୀ
ନାରୀ ସହନଶୀଳତା ପଥ ପଦର୍ଶିନୀ
ନାରୀ ନାରାୟଣୀ ।
ନାରୀ ସୌନ୍ଦର୍ଯ୍ୟମୟୀ ପଦ୍ମଲୋଚନୀ
ନାରୀ ନାରାୟଣୀ
ନାରୀ ତ୍ରିଭୁବନମୋହିନୀ ପ୍ରସବିନୀ
ନାରୀ ନାରାୟଣୀ ।
ନାରୀ ଅମୃତଜଳପୁଷ୍କରିଣୀ,ପଙ୍କଜିନୀ
ନାରୀ ନାରାୟଣୀ
ନାରୀ ସେବିକା ସୌହାର୍ଦ୍ୟ ପ୍ରଦାୟିନୀ
ନାରୀ ନାରାୟଣୀ ।
ନାରୀ ଭକ୍ତି ଚେତନାର ଉର୍ଦ୍ଧ ଚେତାବନୀ
ନାରୀ ନାରାୟଣୀ
ନାରୀ କଦମ୍ବବନ କାଦମ୍ବିନୀ କମଳିନୀ
ନାରୀ ନାରାୟଣୀ ।
ନାରୀ ସକାଳ ସୂର୍ଯ୍ୟଙ୍କ ଲାଳିମା ଆବାହନୀ
ନାରୀ ନାରାୟଣୀ
ନାରୀ ଶିଶିର ମୁକ୍ତା ପରି ତ୍ରିଭୁବନମୋହିନୀ
ନାରୀ ନାରାୟଣୀ ।
ନାରୀ ନବକଳିକାର ମୃଦୁ ମୃଦୁ ସନ୍ଦୀପନି
ନାରୀ ନାରାୟଣୀ
ନାରୀ ବସନ୍ତ ଋତୁର ବାସନ୍ତୀକା ଚାନ୍ଦିନୀ
ନାରୀ ନାରାୟଣୀ ।
ନାରୀ ରାଧାଙ୍କ ସମ ସୁଲଳିତ ସମ୍ମୋହିନୀ
ନାରୀ ନାରାୟଣୀ
ନାରୀ ମୀରାଙ୍କ ପରି ବିଧୁରା ବିଦଗ୍ଧ କୃଷ୍ଣମଣି
ନାରୀ ନାରାୟଣୀ ।
ନାରୀ ସତୀ ସୀତା ନାରୀ କୁନ୍ତୀ ମାତା ବିପ୍ଳବିନୀ
ନାରୀ ନାରାୟଣୀ
ନାରୀ ଅହଲ୍ୟା ଦ୍ରୌପଦୀ ଗାନ୍ଧାରୀ ମନସ୍ବିନୀ
ନାରୀ ନାରାୟଣୀ ।
ନାରୀ ସମ୍ମାନ ସମ୍ମୋହନନେ ବଶିକରଣୀ
ନାରୀ ନାରାୟଣୀ
ନାରୀ ଝଲକାଏ ଝଲକର ଜ୍ୟୋସ୍ନା ଦିନମଣି
ନାରୀ ନାରାୟଣୀ।
