STORYMIRROR

Pramila Sahoo

Abstract

3  

Pramila Sahoo

Abstract

ନାରୀ ଜୀବନ

ନାରୀ ଜୀବନ

1 min
13.6K


ବଦଳି ଯାଏ ନାରୀ ଜୀବନ

ବିବାହ ପରେ ଭୁଲି ଯାଏ ଅଳି ଅଝଟ

କଥା କହେ ସେ ଥିରୀ ଥିରୀ

ମୁଣ୍ଡରେ ହାତେ ଲମ୍ବା ଓଢ଼ଣୀ ଦେଇ

ଭୁଲି ଯାଏ ଆଗେ ଖାଇବା ଅଭ୍ୟାସ

ଅଧା ସିଝା ତରକାରୀ ଆଉ କେତେ କଣ

ଭାଇ ଭଉଣୀ ମିଶି କରନ୍ତି ନିତି କଳି

ବାସ୍ ବିବାହ ପରେ ସେ ସବୁ ହେଇଯାଏ ସ୍ମୃତି

ବାପା, ମା ,ଭାଇ ପରିବାର ଜୀବନ ଠାରୁ ଅଧିକ

ବିବାହ ପରେ ତାଙ୍କ ଠାରୁ ହୁଏ ଅନେକ ଦୂର

ଯେମିତି ଏ ବାୟାଚଢେଇର ଘର

ସେମିତି ପରା ନାରୀ ଜୀବନ

ଖାଇସାରିବା ପରେ ମା ପଣତ କାନୀ ରେ

ମୁହଁ ପୋଛିବା ହୋଇ ଯାଏ ସାତ ସପନ

ଭାଇ ,ବାପା ,ମା ,ର ପରା ଜୀବନ

ବିବାହ ପରେ ସେ ହୋଇ ଯାଏ ପର ଧନ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract