STORYMIRROR

Kishore Nayak

Children

3  

Kishore Nayak

Children

ନାଁ ଟି ମୋର ଖରା

ନାଁ ଟି ମୋର ଖରା

1 min
33


 ଗ୍ରୀଷ୍ମ କାଳେ     ଅଗ୍ନି ଢାଳେ 

     ଉତପ୍ତ କରେ ଧରା 

ନଦୀ ନାଳ      ଶୁଷ୍କ କରେ 

    ନାଁ ଟି ମୋର ଖରା ll

ଗତି ମୋହର    ନୁହଁଇ ସ୍ଥିର 

     ଋତୁ ଚକ୍ରରେ ପଡି 

ସଳଖ ପୁଣି      ତେରେଛା କେବେ 

     ବେଳତ ଯାଏ ଗଡି ll

ବରଷା କାଳେ    ଆସଇ ମୁହିଁ 

    ସୂରୁଜ ଦେଲେ ଦେଖା 

ବିଜୁଳି ସମ      ଝଟକେ ପୁଣି 

    ହୋଇ ସୂରୁଜ ମୁଖା ll

ଉଷ୍ଣତା ଭରେ    ଜୀବ ଶରୀରେ 

     ଆସିଲେ ଶୀତ କାଳ 

ନାହିଁତ ମୋର    ସ୍ଥିତି ନିଜର 

    ସୂର୍ଯ୍ୟ ମୋହର ବଳ ll

ସୂର୍ଯ୍ୟତ ମୋତେ   ଆଣନ୍ତି ସାଥେ 

      ଏଇ ଧରାକୁ ନିତି 

ତାଙ୍କ ବିହୁନେ    ନିଜର ମୋର 

      ନାହିଁତ କିଛି ସ୍ଥିତି ll

ସତ୍ତା ମୋହର    ବିଲୁପ୍ତ ହୁଏ 

      ସୂରୁଜ ଗଲେ ଡୁବି 

ସୂର୍ଯ୍ୟ ମୋହର   ଜନମ ଦାତା 

     ମୁଁ ଯେ ତାଙ୍କର ଛବି ll

ନିର୍ବିକାରରେ     କରଇ ନିତି

     କର୍ମ ମୋହର ଯାହା 

ମନରେ ନାହିଁ    ଶୋଚନା ଟିକେ 

     ସୂର୍ଯ୍ୟ ମୋହର ରାହା ll

ସୂର୍ଯ୍ୟଙ୍କ ତାପେ   ତାପିତ ମୁହିଁ 

     ନାହିଁ ମୋ ନିଜ ଧାରା 

ତାଙ୍କ ଆୟତ୍ତେ   ସୀମିତ ମୁହିଁ 

     ନାଁ ଟି ମୋର ଖରା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children