STORYMIRROR

Debadatta Jena

Romance Action Thriller

3  

Debadatta Jena

Romance Action Thriller

ନାଁ ଦେବେ ଆପଣ

ନାଁ ଦେବେ ଆପଣ

1 min
165


ଜହ୍ନ, ରେ ଜହ୍ନ!


କହିଦେ ରେ ଜହ୍ନ, ଜହ୍ନ ରେ ଜହ୍ନ!


କହିଦେ ତୁ କଇଁକୁ, 


ଅମାନିଆ ନଈକୁ, 


ତା'ର ଗହଳ ମନରେ ଉଙ୍କି ମାରେ କାହିଁ 


ଅସୁମାରୀ ମିଠା ପ୍ରଶ୍ନ? 


ଜହ୍ନ ରେ ଜହ୍ନ! ତୁ କହି ଦେ'ରେ ଜହ୍ନ!


ତୋ ଦେହରେ ଅଛି ଜ୍ୟୋସ୍ନା 


ମହକାଉ ମହୁ ବାସ୍ନା, 


ତୋ'ଜ୍ୟୋତିରେ ମେଘତୃଷ୍ଣା 


ଋତୁ ହୁଏ ଋତୁପର୍ଣ୍ଣା, 


କାହିଁ ଚୋରାଇ ଆଣୁଛୁ, ତୋ'ଦେହର ଯେତେ, 


ଆକର୍ଷକ,କଳା ଚିହ୍ନ? 


ଜହ୍ନ ରେ ଜହ୍ନ! କହିବୁ ରେ ଜହ୍ନ!


ସ୍ବପ୍ନ, ରେ ସ୍ବପ୍ନ!


କହିବୁ ରେ ସ୍ବପ୍ନ, ସ୍ବପ୍ନ ରେ ସ୍ବପ୍ନ!


କହିଦେ ତୁ ରାତିକୁ, 


ନିଦ ନେଉ ଆଖିରୁ, 


କାହିଁ ଲୁଚାଇ ପାରୁତୁ, ତୋ'ଦେହର ଯେତେ 


ଅପାସୋରା ସବୁ ଯତ୍ନ? 


ସ୍ବପ୍ନ ରେ ସ୍ବପ୍ନ! କହିବୁ ରେ ସ୍ବପ୍ନ!


କେଉଁ ଦେଶେ ଘର ତୋ'ର 


ଲାଗୁ ଏତେ ଆପଣାର, 


ଆକାଶରେ ଇନ୍ଦ୍ରଧନୁ 


ରଂଗ ବୁଣୁ ରୂପ ଆଣୁ, 


ମନରେ ଭରୁ ତୋ, ଆଶା, ଆକାଂକ୍ଷାର 


ଯାଦୁ କୁହୁକର ମନ୍ତ୍ର?


ସ୍ବପ୍ନ ରେ ସ୍ବପ୍ନ!କହି ଦେ ରେ ସ୍ବପ୍ନ!


ନଈ ହୁଏ ନୀଳ ବର୍ଣ୍ଣା


ରାତି ଗନ୍ଧେ ଶ୍ୱେତପଦ୍ମା, 


ଫୁଲ ବାଣ୍ଟେ ପୁଷ୍ପରେଣୁ 


ଭଅଁର ବି ଗୁଣୁ ଗୁଣୁ, 


କହ କେଉଁ ଉପାଦାନେ, ଗଢ଼ା ତୋ ହୃଦୟ, 


କେଉଁଠି ଅଛି ସେ ରତ୍ନା??


ଜହ୍ନ ରେ ଜହ୍ନ, ତୁ କହିଦେ ରେ ଜହ୍ନ!


ସ୍ୱପ୍ନ ରେ ସ୍ୱପ୍ନ, ତୁ କହିବୁ କି ସ୍ବପ୍ନ!


ଜହ୍ନ ରେ ଜହ୍ନ!ହଁ!!


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance