STORYMIRROR

Kalandi pal

Inspirational

4  

Kalandi pal

Inspirational

ନାମଟି ତାହାର ଟଙ୍କା

ନାମଟି ତାହାର ଟଙ୍କା

1 min
348


ଗଢା ନୁହେଁ ମୋତି ମାଣିକ ଦେହେ

କି ଅବା ଦୁଷ୍ପ୍ରାପ୍ୟ   ବସ୍ତୁ ସମୂହେ

ପାଇବାକୁ ତାକୁ    ସଭିଏଁ ରଙ୍କା

ଯାଏ ସେ ସଳଖ   ଆସଇ ବଙ୍କା 

    ନାମଟି ତାହାର ଟଙ୍କା ।।


ଚଳନ୍ତି ବିଷ୍ଣୁର   ପାଏ ଉପାଧି

ଘଡ଼ିକେ ଲଂଘଇ ଲକ୍ଷେ ପରିଧି

ଅଦଳ ବଦଳେ  ମାଧ୍ୟମ ଏକା

ତା ପାଇଁ ଦରବ  ହୁଅଇ ବିକା

    ନାମଟି ତାହାର ଟଙ୍କା ।।


ଟୁକୁଡ଼ା କାଗଜେ  ମୋହର ଟିଏ

ତା' ମୂଲ୍ୟ ସବୁରି  ମୂଲ୍ୟ ହରାଏ

ତା' ବିନା ମଣିଷ  ହୁଅଇ ବୋକା

ସମ୍ମାନ ବଦଳେ ପାଏ ସେ ଧୋକା

    ନାମଟି ତାହାର ଟଙ୍କା ।।


ଟଙ୍କା ଖାଇ କା'ର ପେଟ ପୂରେନି

ତଥାପି କାହାର ଲୋଭ ଛାଡେନି 

କ୍ଷମତା ଆସନେ  ହୁଅଇ ଡକା

ଯା ପାଶରେ ଥାଏ ସେହୁ ଅଧିକା

    ନାମଟି ତାହାର ଟଙ୍କା ।।


କି ବୃଦ୍ଧ ବାଳୁତ ଯୋଗୀ ସନ୍ନ୍ୟାସୀ

ତା' ପ୍ରେମରେ ସର୍ବେ ଯାଆନ୍ତି ଫଶି 

ଯା ପାଶେ ଅଧିକା ତା' ମନେ ଦକା

ଯା ପାଶେ ନ ଥାଏ ତା' ମନ ଫିକା

   ନାମଟି ତାହାର ଟଙ୍କା ।।


ଗୁଣ୍ଡା ରାହାଜାନୀ  ଚୋରି ଠକାମି

ରକତରେ ବାଡ    ପକାଏ ପୁଣି

ବୋପାକୁ ଚିହ୍ନେନି ଭେଣ୍ଡିଆ ଟୋକା

ଏ ସବୁ କମାଲ    ତାହାରି ଏକା 

    ନାମଟି ତାହାର ଟଙ୍କା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational