STORYMIRROR

pranati Mahapatra

Inspirational Others

2  

pranati Mahapatra

Inspirational Others

ନାମ ଯେ ତା'ର ଦୁହିତା

ନାମ ଯେ ତା'ର ଦୁହିତା

1 min
80


ଦୁଇକୂଳ ହିତା କହେ ମିଠା କଥା

    ନାମ ଯେ ତା'ର ଦୁହିତା,

ପିତା ମାତା ଭାଇ ଭଗିନୀ ସଙ୍ଗତେ

    ପିତୃକୂଳେ ଆତ୍ମୀୟତା।

କନ୍ୟାଦାନ ପରେ ବୋହୁ ଉପାଧିରେ

   ଶାଶୁଘରେ ପରିଚିତା,

ନିଏ ଆନ ଜନ୍ମ କରେ ପୂଣ୍ୟ କର୍ମ

   ଉଚ୍ଚ କରେ ପିତୃ ମଥା।

ଦୁହିତାରୁ ବଧୂ,ବଧୂରୁ ସେ ମାତା

      ମୃତ୍ୟୁ ସାଥେ ଲଢି ହୁଏ,

ସୁଶିକ୍ଷା ସଂସ୍କାର ସୁକଲ୍ୟାଣ ମାନ

      ନିଜ ସନ୍ତାନକୁ ଦିଏ।

କନ୍ୟା, ବଧୂ, ମାତା ରୂପରେ ସବୁଠି

    ବାଣ୍ଟିଦିଏ ସେ ମମତା,

ଦୁଇ କୂଳ ହିତା କହେ ମିଠା କଥା

      ନାମ ଯେ ତା'ର ଦୁହିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational