STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ନାମ ଗାଉ ଥିବି ତୋ

ନାମ ଗାଉ ଥିବି ତୋ

1 min
217

ଆସୁ ପଛେ ଯେତେ ବିଘ୍ନବାଧା ଏଠି

ନାମ ଗାଉ ଥିବି ତୋର,

ଅର୍ପଣ କରିଛି ଜୀବନଟି ମୋର

ଶ୍ରୀଚରଣ ତଳେ ତୋର।୧।


ପଥପ୍ରଦର୍ଶକ ଅଟ ତୁମେ ପ୍ରଭୁ

ସତ୍ୟପଥେ ବାଟ ଦିଅ,

ଧର୍ମ ପଥ ରହୁ ଜୀବନେ ମୋହର

କର୍ମପଥେ ଭରି ଦିଅ।୨।


ନାମ ଗାଉ ଥିବି ସଞ୍ଜ ସକାଲରେ

ଜଗନ୍ନାଥ ଜଗନ୍ନାଥ,

ଗାଉଥିବି ପ୍ରଭୁ କୃଷ୍ଣ ରାମ ନାମ

ଜ୍ଞାନ ଭରି ଦିଅ ନାଥ।୨।


ଭଜୁଥିବି ମୁହିଁ ଲେଖୁ ଥିବି ତହିଁ

ଦୟାର ସାଗର ତୁମେ,

ଦୟା କରୁ ଥିବ ନିତିଦିନ ମତେ

କବିତା ହିଁ ହେବ ତୁମେ।୩।


ଜୀବନରେ ମୁହିଁ ଜାଣି ନାହିଁ କିଛି

ଜ୍ଞାନର ସାଗର ତୁମେ,

ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ କର

ଜ୍ଞାନଦାତା ପ୍ରଭୁ ତୁମେ।୪।


ନାହିଁ ମୋର କିଛି ସବୁ ତ ତୁମରି

ଜନ୍ମ ଦେଇ ଅଛ ତୁମେ,

ଜନ୍ମଟି ମୋହର ଚରିତାର୍ଥ କର

ସେବା ମନ୍ତ୍ର ଦିଅ ତୁମେ।୫।


ନିଃସ୍ୱାର୍ଥର ସେବା କରୁଥିବି ମୁହିଁ

ନାମ ଗାଇ ଗାଇ ତୋର,

ରାଷ୍ଟ୍ରର ସେବାରେ ବିତୁଟି ଜୀବନ

ପଥ ଯୋଡ଼ି ଦିଅ ମୋର।୬।


ହିଂସା ଘୃଣା ଭାବ ନହୁ ଜୀବନରେ

ନ ରହୁଟି ସ୍ୱାର୍ଥ ଭାବ,

ନିଃସ୍ୱାର୍ଥର ମନ୍ତ୍ର କର୍ମ ପଥ ହେଉ

ଜନ ପ୍ରତି ସେବା ଭାବ।୭।


ରାଷ୍ଟ୍ର ସେବା ହେଉ ଜୀବନର ମନ୍ତ୍ର

କରି ସେବା ପ୍ରାଣ ଯାଉ,

ଜନ ସେବା ହେଉ ଜୀବନେ କର୍ତ୍ତବ୍ୟ

କର୍ତ୍ତବ୍ୟରେ ପ୍ରାଣ ଥାଉ।୮।


ଭକ୍ତି କରି କରି ତବ ଶ୍ରୀଚରଣେ

ପ୍ରାଣ ଦୀପ ଲିଭି ଯାଉ,

କାଳିଆର ରୂପ ନେତ୍ରେ ଦିଶୁ ଥାଉ

ଭକ୍ତିପୂର୍ଣ୍ଣ ପ୍ରାଣ ହେଉ।୯।


ଆସୁ ପଛେ ଯେତେ ବିଘ୍ନବାଧା ଏଠି

ନାମ ଗାଉ ଥିବି ତୋର,

ଅର୍ପଣ କରିଛି ଜୀବନଟି ମୋର

ଶ୍ରୀଚରଣ ତଳେ ତୋର।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational