ନାଲିରକ୍ତ
ନାଲିରକ୍ତ
କାହିଁକି ଗଢିଛ ଜାତିର ପ୍ରାଚୀର
ହିନ୍ଦୁ ମୁସଲିମ କହି
ଶିଖ,ଖ୍ରୀଷ୍ଟିୟାନ,ଜୈନ ଓ ବୌଦ୍ଧ
କେହି ତ ଅଲଗା ନାହିଁ ।
ସଭିଏଁ ମଣିଷ ଗୋଟିଏ ଜାତିର
କରିବ କି ଅସ୍ୱୀକାର
ସଭିଙ୍କ ଦେହରେ ନାଲି ରକ୍ତ ଝରେ
ଆସ କାଟି ଦେଖିପାର ।
ହିଂସା ଦ୍ଵେଷ ହୃଦେ ଅଜ୍ଞାନ ବଳରେ
କରିଅଛ ଭରପୁର
ନିଜ ରକତରେ ଖେଳୁଅଛ ହୋଲି
ନାଲି ରଙ୍ଗ ସେ ରୁଧିର ।
ମିଶିଗଲା ପରେ ସଭିଙ୍କ ରକତ
ମିଳେନା ଅଲଗା ରଙ୍ଗ
ରକତ ନୁହେଁ ସେ ମିଳନ ସଂକେତ
ସମାଜରେ ଭ୍ରାତୃତ୍ବର ।
ସଭିଏଁ ସନ୍ତାନ ସୃଷ୍ଟି ସ୍ରଷ୍ଟାଙ୍କର
ଭିନ୍ନ ଧର୍ମ ଅବିଚାର
କର୍ମ ଏକ ଧର୍ମ ସତ୍ୟ ନ୍ୟାୟ ଧର୍ମ
କର ସର୍ବେ ଆପଣାର ।
