STORYMIRROR

କଳ୍ପନା ରାୟ

Romance Inspirational

4  

କଳ୍ପନା ରାୟ

Romance Inspirational

ନାଲିରକ୍ତ

ନାଲିରକ୍ତ

1 min
256


ଭଗବାନ ଜୀବନ ଦେଇଛି ସମସ୍ତଙ୍କୁ

ଏକା କରି, ପଞ୍ଚଭୂତ ଶରୀରର ମୁଖ୍ୟ

ନାଲି ରକ୍ତ, ହଁ, ହଁ ନାଲି ରକ୍ତ ଦେଇ

ସେ ହୋଇପାରେ ବ୍ରାହ୍ମଣ, କ୍ଷତ୍ରିୟ, ଵୈଶ୍ୟ ବା ଶୂଦ୍ର

ହେଇପାରେ ଗରୀବ,ଧନୀ ବା ମଧ୍ୟବିତ୍ତ

ହୁଏତ ଭିନ୍ନ ଭିନ୍ନ ଦେଶ ଵା ଜାତିର

ବା ସିଏ ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିଆନ


ହଁ, ଆବଶ୍ୟକ ବେଳେ ଯେ କେହି ନିଏ

ପାରେନି ଏ ରକ୍ତ କାହାର ?? ଧନୀ ନା ଦରିଦ୍ରର

ପାପୀର ନା କେଉଁ ଦୟାବାନ୍ ପୂଣ୍ୟାତ୍ମାର

ହିନ୍ଦୁର, ମୁସଲମାନ ବା ଖ୍ରୀଷ୍ଟିଆନର

ସେତ ନାରାବାଜି କରେ ରକ୍ତଦାନ ପୁଣ୍ୟ

ମୋର ଯେଉଁ ରକ୍ତ ଆପଣଙ୍କର ଵି ସେଇ ନାଲି ରକ୍ତ


ନାଲି ରକ୍ତ ଶିଥିଳ ହୁଏ ଦୁଃଖରେ, ରୋଗରେ

ସଙ୍କୁଚିତ ହୁଏ କେଉଁ ଅପାଂକ୍ତେୟର ଦାନରେ

ଦୁଃଖ କରେ ନିର୍ଯ୍ୟାତନାରେ, ପ୍ରପୀଡ଼ିତରେ

ଟକମକ ଫୁଟେ କେଉଁ ଧର୍ଷଣ ମୁହୂର୍ତ୍ତରେ

ଅଵନମିତ ହୁଏ ଅନ୍ୟର କୋହରେ

ଭାରି ପଡେ କଳାବଜାରୀର ଦାଉରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Romance