STORYMIRROR

rasmi maye pati

Inspirational

3  

rasmi maye pati

Inspirational

ନାଲିରକ୍ତ

ନାଲିରକ୍ତ

1 min
208

ଭଗବାନଙ୍କର ସୃଷ୍ଟିର ବୈଚିତ୍ର

  ଗଢିଲେ ପ୍ରାଣୀ ଜଗତ

ତା ସଂଗେ ରଚିଲେ ଉଦ୍ଭିଦ ଜଗତ

  ସଜାଡି ଲେ ଏଇ ବିଶ୍ଵ।।।

ପ୍ରାଣୀ ଜଗତର ଅସଂଖ୍ୟ ସମ୍ପଦ

  ମାନବ ପଶୁ ଓ ପକ୍ଷୀ

ଗଠନ ଶୈଳୀ ଅତି ଚମତ୍କାର

  ଧନ୍ୟ ପ୍ରଭୁଙ୍କର ସୃଷ୍ଟି।।।।

ଏକ କୋଷୀ ଠାରୁ ମାନବ ପର୍ଯ୍ୟନ୍ତ 

  ସବୁଠି ଜୀବନ କ୍ରିୟା

ସବୁଠି ଗଢିଲେ ସଦୃଶ ସୂତ୍ରଟି

  ବିଜ୍ଞାନ କଲା କିମିଆଁ।।।

ବହୁ କୋଷୀ ପ୍ରାଣୀ ଉନ୍ନତ ସୂତ୍ରରେ

  ଖଞ୍ଜିଲେ ଧରା ଧାମରେ

ଗଠନ ଶୈଳୀ କରିଲେ ସ୍ଵତନ୍ତ୍ର

  ସବୁଠି ନାଲି ରକ୍ତରେ।।।।

ଛୋଟ ପ୍ରାଣୀ ଠାରୁ ମଣିଷ ଓ ହାତୀ

   ସମସ୍ତଙ୍କ ନାଲି ରକ୍ତ

ପୁଷ୍ଟିସାର ସଙ୍ଗେ ଲୌହ ମିଶି ଯାଇ

  ରକ୍ତ ପାଇଲା ତା ରଙ୍ଗ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational