ନାଲିରକ୍ତ
ନାଲିରକ୍ତ
ଭଗବାନଙ୍କର ସୃଷ୍ଟିର ବୈଚିତ୍ର
ଗଢିଲେ ପ୍ରାଣୀ ଜଗତ
ତା ସଂଗେ ରଚିଲେ ଉଦ୍ଭିଦ ଜଗତ
ସଜାଡି ଲେ ଏଇ ବିଶ୍ଵ।।।
ପ୍ରାଣୀ ଜଗତର ଅସଂଖ୍ୟ ସମ୍ପଦ
ମାନବ ପଶୁ ଓ ପକ୍ଷୀ
ଗଠନ ଶୈଳୀ ଅତି ଚମତ୍କାର
ଧନ୍ୟ ପ୍ରଭୁଙ୍କର ସୃଷ୍ଟି।।।।
ଏକ କୋଷୀ ଠାରୁ ମାନବ ପର୍ଯ୍ୟନ୍ତ
ସବୁଠି ଜୀବନ କ୍ରିୟା
ସବୁଠି ଗଢିଲେ ସଦୃଶ ସୂତ୍ରଟି
ବିଜ୍ଞାନ କଲା କିମିଆଁ।।।
ବହୁ କୋଷୀ ପ୍ରାଣୀ ଉନ୍ନତ ସୂତ୍ରରେ
ଖଞ୍ଜିଲେ ଧରା ଧାମରେ
ଗଠନ ଶୈଳୀ କରିଲେ ସ୍ଵତନ୍ତ୍ର
ସବୁଠି ନାଲି ରକ୍ତରେ।।।।
ଛୋଟ ପ୍ରାଣୀ ଠାରୁ ମଣିଷ ଓ ହାତୀ
ସମସ୍ତଙ୍କ ନାଲି ରକ୍ତ
ପୁଷ୍ଟିସାର ସଙ୍ଗେ ଲୌହ ମିଶି ଯାଇ
ରକ୍ତ ପାଇଲା ତା ରଙ୍ଗ।।
