STORYMIRROR

AJAYA KUMAR MALIK

Tragedy

3  

AJAYA KUMAR MALIK

Tragedy

ନାଲିରକ୍ତ

ନାଲିରକ୍ତ

1 min
224

କାର୍ଗିଲ ଦେଖିଛି

କେତେ ସୈନ୍ୟଙ୍କ ନାଲିରକ୍ତ 

ଡୋକଲାମ ସାକ୍ଷୀ ଅଛି ସେଦିନ

ରାତି ଅଧରେ ଚୀନର ଅନୁପ୍ରବେଶ

କେତେ ବୀରଗଣ ଅକାଳରେ

ଜୀବନ ଦେଇଦେଲେ ଚୀନର

ଦାଦାଗିରି ଫଳରେ !

ଭାରତ ମାତାର ସନ୍ତାନ ମନେ

କେବେ ପଛଘୁଞ୍ଚା ଦେଇ ନାହାନ୍ତି

ଶତ୍ରୁର ଗୁଳି ଶବ୍ଦରେ !

ଘନ ତିମିରରେ ଜୀବନକୁ

ବାଜି ଲଗେଇ ବାରୁଦ ଗଦାରେ

ଠିଆ ହୋଇଛନ୍ତି ଦିନଦିନ ମାସ ମାସ !

ସେମାନଙ୍କ ବଳିଦାନ ପାଲଟିଛି

ଅବର୍ଣ୍ଣନୀୟ ଇତିହାସ 

ସେମାନଙ୍କର ଅସୀମ ଧର୍ଯ୍ୟ

ଦେଶପ୍ରେମ ଆଉ ମାଟି ମାଆ

ପାଇଁ ଭଲପାଇବା ପଛରେ

"ନାଲିରକ୍ତ" ତୁଚ୍ଛ ହୋଇଯାଇଛି 

ଡରିଯାଇ ନାହାନ୍ତି ସେମାନେ 

"ନାଲିରକ୍ତ"କୁ ହସି ହସି ସ୍ୱାଗତ

କରିଛନ୍ତି କେବଳ ନିଜ ମାଟି ମାଆର ଇଜ୍ଜତ ପାଇଁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy