STORYMIRROR

Manasmita Das

Abstract Comedy Drama

3  

Manasmita Das

Abstract Comedy Drama

ନାଲି

ନାଲି

1 min
246

   

                         (ଭାଗ -୧) 

                     (ଅଭିମାନଭରା କବିତା) 

ନାଲି ଶାଢୀ ପିନ୍ଧି ଆଉ

       ମୁଁ ସଜେଇ ହେବିନି

ତୁମେ ମତେ ଦେଖିବାକୁ

       ଆଉ ଆସୁନ ବୋଲି ।।୧।। 


ନାଲିବିନ୍ଦି ପିନ୍ଧି ଆଉ

       ଅଇନା  ଦେଖି ବିନି

ତୁମେ ମତେ ଦେଖିବାକୁ

        ଆଉ ଚାହୁଁନ ବୋଲି ।।୨।। 


ନାଲିଚୁଢି ପିନ୍ଧି ଆଉ

         ହାତକୁ ଦେଖି ବିନି

ତୁମେ ମତେ ପିନ୍ଧିବାକୁ

       ଆଣି ଦେଉନ ବୋଲି ।।୩।। 


ନାଲି ଲିପଷ୍ଟିକ ଆଉ

        ମୁଁ ଲଗେଇ ହେବିନି

ତୁମେ ମୋଓଠକୁ ଦେଖି

        ଆଉ  ହସୁନ ବୋଲି ।।୪।। 


ନାଲି  ଅଳତାତ ଆଉ

         ମୁଁ  ଲଗେଇ ହେବିନି

ତୁମେ ତୁମ ଅଗଣାକୁ

         ମତେ ନେଲନି ବୋଲି ।।୫।। 

ନାଲି ସୁନ୍ଦର ସିନ୍ଥିରେ 

           ମୁଁ ଲଗେଇବି ଖାଲି

ତୁମେପା ମତେ ବାବାଙ୍କ

        ପାଖେ ଦେଇଥିଲ  ବୋଲି  ।।୬।। 

      

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract