STORYMIRROR

subrat kumar jena

Inspirational Others

3  

subrat kumar jena

Inspirational Others

ନାହିଁ ଅନୁମତି

ନାହିଁ ଅନୁମତି

1 min
199

ନାହିଁ ଅନୁମତି ....

ଏଠି ଅଭଯୋଗ କରିବାକୁ କାହା ଆଗରେ,

ତେଣିକି ଯେତେ ନିଷ୍ପେସ୍ତିତ ହେଲେ ପଛେ ହୁଅ,

ତୁମେ ଯେତେ ପାରୁଛ କାନ୍ଦ,

ହେଲେ ଟୋପାଏ ଲୁହ ତଳେ ପଡ଼ିବାକୁ ଦରକାର ଅନୁମତି,

ଯଦି ଇଚ୍ଛାହୁଏ ତେବେ ଗୁମୁରି ଗୁମୁରି କାନ୍ଦି ପାର,

ନହେଲେ ରାତିକୁ ସାଥି କରିନିଅ,

ରାତ୍ରିର କାଳୀମାରେ ନିଜକୁ ହଜାଇ ଖୋଜିବାକୁ ଚେଷ୍ଟାକର,

ହୁଏତ ତୁମକୁ କାହାର ଅନୁମତି ନେବାକୁ ପଡିବନି।

ଏଠି ତୁମେ ଗଦା ଗଦା ସ୍ବପ୍ନ ଦେଖି ଚାଲ,

କେହି ପଚାରିବେନି କଣ କରୁଛ?

ହେଲେ ଥରେ ସ୍ଵପ୍ନକୁ ସାକାର କରିବାକୁ ଲାଗିପଡ ତ!

ଦେଖିବ ନିଶ୍ଚୟ ଲୋଡ଼ା ହେବ ହଜାର ଅନୁମତି,

ନିଜର ଲୋକଙ୍କଠାରୁ ଆଉ ବାହାର ଲୋକଙ୍କ ଠାରୁ ବି,

ଏମିତିରେ ତୁମେ ବା କରିବ କଣ?

ଶୁଣ ଏମିତି ତୁମେ ହୋଇଯାଅ .....

ସବୁରି ଲାଗି ଆଖୋଜା ଆଉ ଅଲୋଡା,

ଦେଖିବ କିଛି ନପାଇଲେ ବି ନିଶ୍ଚିତ ପାଇବ ଶାନ୍ତି ଟିକେ,

ଯାହାକୁ ଏଣେ ତେଣେ କେତେ କିଏ ଖୋଜିବୁଲେ,

ଥରେ ସେ ପରମ ପୁରୁଷ ପରମେଶ୍ବରଙ୍କ ପାଖରେ ଶରଣ ପସ,

କାହାର ନେବାକୁ ପଡିବନି "ଅନୁମତି"।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational