STORYMIRROR

Sneha Mishra

Inspirational

3  

Sneha Mishra

Inspirational

ନାଗରିକ

ନାଗରିକ

1 min
273

ପ୍ରକୃତିସ୍ଥ ହୁଅ ଜାଗ୍ରତ ହୁଅ

ଆହେ ନାଗରିକ ତୁମେ ।

ସୁନ୍ଦର ପ୍ରକୃତି ଅପେକ୍ଷାରେ ତୁମ

ବୁଝିପାରୁନ କି ତୁମେ ।।୧।।


ମେରୁଦଣ୍ଡ ଅଟ ଏ ଦେଶର ତୁମେ

ଦେଶର ଭାବି ଭବିଷ୍ୟତ ।

ତୁମର ଚିନ୍ତନ ତୁମର ପ୍ରୟାସ

କରିବ ହେ ଦେଶ ସ୍ଵାଗତ ।।୨।।


କର୍ତ୍ତବ୍ୟ ପାଳନ ସମାଜର ସେବା

ଦେଶରକ୍ଷା ଧର୍ମ ତୁମ ।

ଦେଶର ବିକାଶେ ତୁମର ବିକାଶ

ଜାଗରୁକତାର ନାମ ।।୩।।


ଆତ୍ମା ଯଦି ତୁମ ବିକଳ ନହେଲା

ଏ ଦେଶର ଦୁର୍ଦ୍ଦିନରେ ।

ଜନ୍ମ ତୋ ବିଫଳ ଅସମର୍ଥ ଯଦି

ଦେଶରକ୍ଷା କରିବାରେ ।।୪।।


ଗୋପବନ୍ଧୁ ଦାସ ହରେକୃଷ୍ଣ ମହତାବ

ଯଦୁମଣି ବାଜିରାଓ ତ ।

ଅସହଯୋଗର ଆନ୍ଦୋଳନରେ

କରିଲେ ଦେଶକୁ ମୁକ୍ତ । ।।୫।।


ଦେଶପିତା ବାପୁ ଭଗତ ସିଂ ପୂଣି

ଝାଁସୀରାଣୀ ଲକ୍ଷ୍ମୀବାଇ ।

ଅମୂଲ୍ୟ ଜୀବନ କଲେ ସମର୍ପଣ

ପ୍ରାଣ ଜଳାଞ୍ଜଳି ଦେଇ ।।୬।।


ମୁକ୍ତ ହୋଇଲା ଦେଶ ତ ଆମର

ବିଦେଶର କବଳରୁ ।

ମିଳିମିଶି ସର୍ବେ ମୁକ୍ତ କରହେ

ଅନ୍ୟାୟ ଦୁର୍ନୀତିରୁ ।।୭।।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Sneha Mishra

ବର୍ଷା

ବର୍ଷା

1 min വായിക്കുക

ପ୍ରେମ

ପ୍ରେମ

1 min വായിക്കുക

ପିତା

ପିତା

1 min വായിക്കുക

ପିତାମାତା

ପିତାମାତା

1 min വായിക്കുക

ବୋଉ

ବୋଉ

1 min വായിക്കുക

ମେଘ

ମେଘ

1 min വായിക്കുക

ନଈ

ନଈ

1 min വായിക്കുക

Similar oriya poem from Inspirational