ନାଗରିକ
ନାଗରିକ


ପ୍ରକୃତିସ୍ଥ ହୁଅ ଜାଗ୍ରତ ହୁଅ
ଆହେ ନାଗରିକ ତୁମେ ।
ସୁନ୍ଦର ପ୍ରକୃତି ଅପେକ୍ଷାରେ ତୁମ
ବୁଝିପାରୁନ କି ତୁମେ ।।୧।।
ମେରୁଦଣ୍ଡ ଅଟ ଏ ଦେଶର ତୁମେ
ଦେଶର ଭାବି ଭବିଷ୍ୟତ ।
ତୁମର ଚିନ୍ତନ ତୁମର ପ୍ରୟାସ
କରିବ ହେ ଦେଶ ସ୍ଵାଗତ ।।୨।।
କର୍ତ୍ତବ୍ୟ ପାଳନ ସମାଜର ସେବା
ଦେଶରକ୍ଷା ଧର୍ମ ତୁମ ।
ଦେଶର ବିକାଶେ ତୁମର ବିକାଶ
ଜାଗରୁକତାର ନାମ ।।୩।।
ଆତ୍ମା ଯଦି ତୁମ ବିକଳ ନହେଲା
ଏ ଦେଶର ଦୁର୍ଦ୍ଦିନରେ ।
ଜନ୍ମ ତୋ ବିଫଳ ଅସମର୍ଥ ଯଦି
ଦେଶରକ୍ଷା କରିବାରେ ।।୪।।
ଗୋପବନ୍ଧୁ ଦାସ ହରେକୃଷ୍ଣ ମହତାବ
ଯଦୁମଣି ବାଜିରାଓ ତ ।
ଅସହଯୋଗର ଆନ୍ଦୋଳନରେ
କରିଲେ ଦେଶକୁ ମୁକ୍ତ । ।।୫।।
ଦେଶପିତା ବାପୁ ଭଗତ ସିଂ ପୂଣି
ଝାଁସୀରାଣୀ ଲକ୍ଷ୍ମୀବାଇ ।
ଅମୂଲ୍ୟ ଜୀବନ କଲେ ସମର୍ପଣ
ପ୍ରାଣ ଜଳାଞ୍ଜଳି ଦେଇ ।।୬।।
ମୁକ୍ତ ହୋଇଲା ଦେଶ ତ ଆମର
ବିଦେଶର କବଳରୁ ।
ମିଳିମିଶି ସର୍ବେ ମୁକ୍ତ କରହେ
ଅନ୍ୟାୟ ଦୁର୍ନୀତିରୁ ।।୭।।