STORYMIRROR

Dharitri Das

Inspirational

4  

Dharitri Das

Inspirational

ନାଗରିକ

ନାଗରିକ

1 min
217

ଜାଗ ଜାଗ ଜାଗରେ ଆଜିର ନାରୀ

ଉତ୍ତମ ନାଗରିକ ତିଆରି କରି।


ଆଜିର ଶିଶୁ କାଲିର ନାଗରିକ

ହୋଇବ ନିଶ୍ଚେ ଭାବି ଥରୁୁଟେ ଦେଖ।


ଶୈଶବକାଳୁ ଆଦର ସହକାରେ

ସୁଶିକ୍ଷା ଦେଇ ଗଢ଼ିବ ଯତନରେ।


ମହତ କାର୍ଯ୍ୟ ପାଇଁ ଜୀବନ ଦେବ

ଶତ୍ରୁକୁ କେବେ ବି ଭୟ ନ କରିିିବ।


ବାଳୁତ କାଳୁ ସାହାସ ବାନ୍ଧି ମନେ

କରିବ କର୍ମ ହାରିବନି ଜୀବନେ।


ମାଟି ମାଆର ମମତା ହୃଦୟେ ଭରି

ଦେଶ ସେବାରେ ନିଜକୁ ଅର୍ପଣ କରି।


ସୁସଙ୍ଗଠିତ ଉତ୍ତମ ନାଗରିକ ହୋଇ

ବାହାରିବ ଶିଶୁ ତୁମ ସ୍ନେହାଶିଷ ପାଇ।


ଜାଗ ଜାଗ ଜାଗରେ ଆଜିିିର ନାରୀ

ଦେଶ ପ୍ରୀତି ଭାବକୁ ଜାଗ୍ରତ କରି।


ଗଢିିିଦିଅ ତୁମେ ସମାଜେ ଦୃୃୃଢ଼ତା

ଭରିଯାଉ ସଭିିଙ୍କ ମନେ ବନ୍ଧୁତା।


ସମାଜ ଗଠନରେ ହୋଇ କରତା

ଜାଗିଉଠ ତୁମେ ହୋଇ ଆଦିମାତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational