STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ନାଗରିକ ଦେଶ ହିତେ

ନାଗରିକ ଦେଶ ହିତେ

1 min
188


ପ୍ରତି ଭାରତୀୟ ନାଗରିକ ଭାବେ

        ପାଏ ଯେଉଁ ପରିଚୟ

ଦେଶ ହିତେ ମୋହ କର୍ତ୍ତବ୍ୟ ଭାରରେ

        ଉନ୍ନତି ପଥରେ ଲୟ !!


ଧନ୍ୟ ସେହି ଦେଶ ଦେଶବାସୀ ଯେବେ

         ଭାଇଚାରା ବାର୍ତ୍ତା ବାଣ୍ଟେ

ଅନେକରେ ପୁଣି ଏକତାର ମନ୍ତ୍ର

        ବିତରି ସ୍ନେହ ସାଉଁଟେ !!


ଲୋକହିତେ ଯେତେ ଯୋଜନା ପ୍ରକଳ୍ପ

           ଉପକୃତ ସମ ଭାବେ

ମତଦାନ କରି ଯୋଗ୍ୟ ଜନ ନେତା ବାଛି

      ସୁନାଗରିକ ମର୍ଯ୍ୟାଦା ଲଭେ !!


ବେଳ ଅବେଳରେ ପରୋପକାର ରେ

      ବିବେକ ଉଚିତ କାର୍ଯ୍ୟ କରେ

ଶିକ୍ଷା ସ୍ୱାସ୍ଥ୍ୟ, କୁସଂସ୍କାର, ନାରୀ ସନମାନେ

       ନିଜ ସ୍ୱର ଉତ୍ତୋଳନ କରେ !!


ଜାତୀୟ ସଂହତି , ପ୍ରଗତିର ଗାଥା

      ଲେଖି ରଖେ ନିଜ ହାତେ

ଭାରତୀୟ ବୋଲି ଏଇ ଦେଶ ନାଗରିକ

      ବଢ଼ି ଚାଲେ ଉନ୍ନତିର ପଥେ !!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational