STORYMIRROR

Ansuman Swain

Romance

4  

Ansuman Swain

Romance

ନାଚୁଛି ମୋ ମନ

ନାଚୁଛି ମୋ ମନ

1 min
169


ନାଚୁଛି ଏହି ମୋ ମନ

   ଦେଖୁଛି ନିତି ସପନ 

ସେହି ସପନରେ 

   ପ୍ରିୟା ମୋର ଆସି 

ଗୁଣୁ ଗୁଣୁ ହୁଏ ପ୍ରତିଦିନ ....ହୋ ...

ଗୁଣୁ ଗୁଣୁ ହୁଏ ପ୍ରତିଦିନ

ନାଚୁଛି ଏହି ମୋ ମନ.......।


ସକାଳର ଗଗନ

   ଦିଏ କେତେ ଆହ୍ୱାନ

କୁହୁ କୁହୁ ଶବଦରେ 

   ଭାସି ଯାଏ ମୋ ମନ 

ଅବୁଝା ଏହି ମନ 

    ଗାଉଛୁ ପ୍ରେମ ଗାନ

 ସେହି ଗାନ ତାଳେ ତାଳେ 

    ମୋ ପ୍ରିୟା ନାଚେ ପ୍ରତି ଦିନ 

ନାଚୁଛି ଏହି ମୋ ମନ

       ହସୁଅଛି ମୋ ସ୍ପନ୍ଦନ......।


ଜଳିଲେ ସନ୍ଧ୍ୟା ଧୂପ

  ଦେଖେ ମୋ ପ୍ରିୟା ମୁଖ 

ଚାନ୍ଦ ପରି ହସୁ ଥାଏ

  ମୋ ମନ ମୋହିଦିଏ 

ଭାବର ଏ ବନ୍ଧନ

   ବୁଣିଦେଲା କିରଣ 

ନାଚୁଛି ମୋ ନୟନ 

  ହସୁଅଛି ମୋ ସ୍ପନ୍ଦନ

          ଦେଖୁଛି ନିତି ସପନ 

ସେହି ସପନରେ 

      ପ୍ରିୟା ମୋର ଆସି 

ଗୁଣୁ ଗୁଣୁ ହୁଏ ପ୍ରତିଦିନ ....ହୋ ...

ଗୁଣୁ ଗୁଣୁ ହୁଏ ପ୍ରତିଦିନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance