STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନ ଫେରୁ ଅତୀତ

ନ ଫେରୁ ଅତୀତ

1 min
160

ଏମିତି ବୋଧେ ସେଇ ପୁରୁଣା ଦିନମାନେ

ଉତୁରି ଆସିବେ ଅତୀତର ଛିନ୍ନ ପୃଷ୍ଠା ଭିତରୁ

ଅକ୍ଷରରୁ ବ୍ୟାପିଯିବେ ଅକ୍ଷାଂଶ ପର୍ଯ୍ୟନ୍ତ

ଦୈର୍ଘ୍ୟ ଯା'ର ଲମ୍ବିଥିବ ଦ୍ରାଘିମା ପର୍ଯ୍ୟନ୍ତ

କେବେ କିଛି ଭୁଲି ଯାଇଥିବା ପଣକିଆ ସହ

ଆସିବେ ସେ ଦିନ ମାନେ କୋଳାହଳ କରି

ଜମିଥିବା ବହଳ ଧୂଳିକୁ ଉଡ଼ାଇ

କେବେ ଆଖିରେ ଭାଙ୍ଗିବାକୁ ଅବ୍ୟକ୍ତ ଲହଡ଼ି

କେବେ ଓଠରେ ଫୁଟାଇବାକୁ ଗୋଲାପି ପଙ୍ଖୁଡ଼ି। 


ଫେରିବେ ସେ ଦିନ ମାନେ ଯେବେ ଚହଳ ପକାଇ

କେବେ ନିଃଶବ୍ଦ ବିଛଣାର ଉଷ୍ମତା ଭିତରୁ,

ହୁରି ପକେଇ ଜାହିର କରି ବସିବେ ନିଜ ଉପସ୍ଥିତି

ଘର କଥା ସବୁ ଦାଣ୍ଡରେ ଗଡ଼େଇ,

କବିତା କାହାଣୀ ସବୁ ବଖାଣି ବସିବେ

କଥା ସହ ନଥା ଯୋଡ଼ି କେତେ କଣ ଲଗେଇ ଜୁଟେଇ। 


ଆସନ୍ତୁ ପଛକେ କିନ୍ତୁ ନ ଭାଙ୍ଗନ୍ତୁ

ଏଇ ଏବେ ଏବେ ବସିଥିବା ଘର

ଫେରିଯାନ୍ତୁ ନିର୍ଜନରେ ପିଠି ମୁଣ୍ଡ ଦେହକୁ ଆଉଁସି

ନା ପୁରାଉ ତାଙ୍କ ପାଇଁ ଏ ଦେହରେ ଜ୍ଵର

ସ୍ମୃତି ସବୁ ସ୍ମୃତି ହୋଇ ନ ଲଂଘନ୍ତୁ ନିଜ ପରିସୀମା

ନ ଗୋଳନ୍ତୁ ବର୍ତ୍ତମାନର ପେୟରେ ଜହର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract