STORYMIRROR

Gouri Panda

Classics

3  

Gouri Panda

Classics

ନ ଖାଇ ପାରିଲେ ଅଙ୍ଗୁର ଖଟା

ନ ଖାଇ ପାରିଲେ ଅଙ୍ଗୁର ଖଟା

1 min
359


ଶୁଣିଲେ ଲାଗୁଛି ହସ

ଏ କଥା ରେ ଅଛି କିସ? 

ଯାହାକୁ ଯାହା ନମିଳେ

ଚେଷ୍ଟା ସେ ପାଇବ ବଳେ। 

ଯଦି ନ ପାଏ ତାହାକୁ

ମାନେ ନାହିଁ ସେ କାହାକୁ। 

କଳେ, ବଳେ, କଉଶଳେ

ପାଇବ ଏହାକୁ ବଳେ। 

ନପାଇଲେ ସେହି ଜନ

ଲାଗେ ନାହିଁ ତାର ମନ। 

ନିନ୍ଦା ଆଉ ଅପମାନ 

କମେ ବୋଲି ସନମାନ। 

ସେଠାରୁ ହୁଏ ନିବୃତ୍ତ 

ଦିଏ ଭିନ୍ନ, ଭିନ୍ନ ମତ। 

ଇଚ୍ଛା ପୂରଣ ନହେଲେ 

ଅଙ୍ଗୁର ଖଟା ତ ଭଲେ।

ହାରିବା ଲୋକ ର ଶସ୍ତ୍ର 

ଖଟାରେ ଭରେ ସେ ଅସ୍ତ୍ର। 

ଲାଗୁ ଥାଉ ଖଟା ତାକୁ

ଆମେ ବଢିବା ଆଗକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics